ରାୟଗଡ଼ା / ରବୀନ୍ଦ୍ର ନାଥ ମହାପାତ୍ର:-
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତର ବୁର୍ଜୁଗୁଡା ନିକଟ ପେଟ୍ରୋଲ ପମ୍ପ ପାଖରେ ଅଜଣା ଗାଡ଼ି ଧକା ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ।ଦୁଇ ଶହ ମିଟର ଦୁରରେ ଥିବା ବନ୍ଧୁ ଗୁଡା ଗ୍ରାମର କାର୍ତ୍ତିକ ଡୁଙ୍ଗା ଙ୍କ ପୁଅ ପ୍ରଧାନ ଡୁଙ୍ଗା ବୟସ ୩୫ ବାଇକ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଗ୍ରାମବାସୀମାନେ ରାଜରାସ୍ତା କିଛି ସମୟ ପାଇଁ ଅବରୋଧ କରିଥିଲେ। ଖବର ପାଇ ମୁନିଗୁଡ଼ା ଆଇଆଇସି ସୈଦାମିନି ବେହେରା ଓ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ କଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ଓ ସବକୁ ବ୍ୟବଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ବୁଝାସୁଝା କଲାପରେ ଗାଡି ଚଳାଚଳ ସ୍ବଭାବିକ ହୋଇ ଥିଲା।
ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ
By Charcha News











