ଚାଷୀଙ୍କ ପାଇଁ ଖୁସି ଖବର। ଆଜି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି ବାବଦକୁ ୯ କୋଟି ୩୪ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ୧୮ ହଜାର ୬୯୦ କୋଟି ଟଙ୍କା।
ଚାଷୀଙ୍କ ପାଇଁ ଖୁସି ଖବର। ଆଜି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି ବାବଦକୁ ୯ କୋଟି ୩୪ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ୧୮ ହଜାର ୬୯୦ କୋଟି ଟଙ୍କା। ଗୁଜରାଟର ବନସକଣ୍ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅର୍ଥରାଶି ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ରାଇସେନରୁ ଯୋଗଦେବେ।
ଏହାସହ ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସ୍ଥାପିତ ୫୨୧ଟି ୟୁନିଟ୍ର ଲୋକାର୍ପଣ କରିବେ। ଏହାଦ୍ୱାରା କୃଷି ସଂରକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏଥିସହ ୧୨ଟି ଉଦ୍ୟାନକୃଷି କ୍ଲଷ୍ଟରର ମଧ୍ୟ ଉଦ୍ଘାଟନ କରିବେ ମୋଦୀ। ଏହା ଉଚ୍ଚମୂଲ୍ୟର ଉଦ୍ୟାନକୃଷି ଫସଲ ଚାଷକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ।
୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିଲା ପିଏମ୍ କିଷାନ ଯୋଜନା। ଏହି ଯୋଜନାରେ ଯୋଗ୍ୟ ଭୂମିଧାରୀ କୃଷକ ପରିବାରକୁ ବର୍ଷକୁ ୬ ହଜାର ଟଙ୍କା ତିନୋଟି କିସ୍ତିରେ ମିଳୁଛି। ଏଯାଏଁ ୨୩ଟି କିସ୍ତିରେ ଚାଷୀଙ୍କୁ ମୋଟ ୪.୪୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଚର୍ଚା tv












