ଉଦଳା:(ରାଜୀବ କୁମାର ବେହେରା) – ମୟୁରଭଞ୍ଜ ଜିଲ୍ଲାରେ ପୁନର୍ବାର ବେଆଇନ ବାଲି ଚୋରାଚାଳାଣ ଘଟଣା ସାମ୍ନାକୁ ଆସିଛି। ଅନ୍ଧାର ରାତିକୁ ସୁଯୋଗ କରି କିଛି ଅମାନିଆ ମାଫିଆ ସରକାରୀ ନିୟମକୁ ଅବହେଳା କରି ନଦୀଘାଟରୁ ବେଆଇନ ଭାବେ ବାଲି ଉଠାଇ ଚାଲାଣ କରୁଥିବା ଅଭିଯୋଗ ହେଉଛି।
ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ଥିବା ଭୀମତାଳି–ତେଲଦୌଡ଼ି ଅଞ୍ଚଳରେ ପୋଲିସ ପକ୍ଷରୁ ଅଚlନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିନା ବୈଧ କାଗଜପତ୍ରରେ ବାଲି ବୋଝେଇ ଯାଉଥିବା ୩ଟି ଟ୍ରାକ୍ଟରକୁ ଜବଦ କରାଯାଇଛି। ପ୍ରଥମେ ଗୋଟିଏ ଟ୍ରାକ୍ଟର ଜବଦ ହୋଇଥିବାବେଳେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ଆଉ ୨ଟି ଟ୍ରାକ୍ଟରକୁ ଅଟକ ରଖାଯାଇଛି।
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ଏହି ଅଞ୍ଚଳରେ ରାତିରେ ବେଆଇନ ବାଲି ଚୋରାଚାଳାଣ ଚାଲିଆସୁଛି, ଯାହା ଫଳରେ ପରିବେଶ ଓ ନଦୀପଥର କ୍ଷତି ହେଉଛି।
ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଖଣି ଓ ଖଣିଜ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।
ଜିଲ୍ଲାରେ ବେଆଇନ ଖଣିଜ ଚୋରାଚାଳାଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ନିୟମିତ ଚଢ଼ାଉ ଓ ନଜରଦାରି ବୃଦ୍ଧି ପାଇଁ ଦାବି ଜୋର ଧରିଛି।
ଅନ୍ଧାର ରାତିରେ ବେଆଇନ ବାଲି ଚୋରାଚାଳାଣ ବଢୁଛି : ଉଦଳାରେ ୩ ଟ୍ରାକ୍ଟର ଜବଦ
By Charcha News












