ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା
ଆଙ୍କର/ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଆସାନସୋଲ ସହର ରେ ହୀରାପୁର ଥାନା ଅନ୍ତର୍ଗତ ମାଣିକ ଚାନ୍ଦ ବାଳିକା ବିଦ୍ୟାଳୟ ସଂଲଗ୍ନ ଅଞ୍ଚଳରେ ଆଠଟି କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ହୀରାପୁର ଥାନାରେ ଅଭିଯୋଗ କରିଛନ୍ତି ସମାଜ ସେବୀ ଓ ପଶୁ ପ୍ରେମୀ ମାନେ
ହୀରାପୁର ଥାନା ପୋଲିସ ତଦନ୍ତ କରୁଛି। ସ୍ଥାନୀୟ ସମାଜସେବୀ ଶଙ୍କର ନାଗ କହିଛନ୍ତି ଯେ ମାଣିକ ଚାନ୍ଦ ଅଞ୍ଚଳରେ ଆଠଟି କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଆମେ ଥାନାରେ ଅଭିଯୋଗ କରିଛୁ, ଉଦ୍ଧାର ହୋଇଥିବା କୁକୁରମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବ। ପଶୁପ୍ରେମୀ ସଂଗଠନଗୁଡ଼ିକ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।











