ଉଦଳା: (ରାଜୀବ କୁମାର ବେହେରା) -ମୟୁରଭଞ୍ଜ ଜିଲ୍ଲା ଉଦଳାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା ମହୋତ୍ସବ ଆଜି ଉଦଳା ହାଇସ୍କୁଲ ପଡ଼ିଆରେ ଶୁଭାରମ୍ଭ ହୋଇଯାଇଛି। ଶୁଭାରମ୍ଭ ହେଲା କପ୍ତିପଦା ଉପଖଣ୍ଡସ୍ତରିଅ ଧୁମସା ମୋହତ୍ସବ ୨୦୨୫ , ଉଦଳା ରେ, ମହୋତ୍ସବ ଓ ପ୍ରଦର୍ଶନୀ ଷ୍ଟଲ ଉଦଘାଟନ ଏବଂ “ଧୁମସା -୨୦୨୫ ” ମହୋତ୍ସବ ସ୍ମରଣିକା ଉନ୍ମୋଚନ l ଆଜିର ମଞ୍ଚ ରେ ମୁଖ୍ୟ ଆକର୍ଷଣ ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ସହଯୋଗୀ ସାଥି..
ଏହି ଅବସରରେ ଉଦଳା ଗୌଡ଼ିଆ ମଠ ଠାରୁ ଏକ ବଡଧରଣ ର କାର୍ଣ୍ଣିଭାଲ ଶୋଭାଯାତ୍ରା ବାହାରି ନାଚ–ଗୀତ ସହିତ ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ଅଂଶଗ୍ରହଣ କରି ଭାଇଚାରା ଓ ସାମାଜିକ ସମ୍ମିଳନର ସନ୍ଦେଶ ଦେଇଥିଲେ। ଶୋଭାଯାତ୍ରାଟି ନଗର ପରିକ୍ରମା କରି ଉଦଳା ହାଇସ୍କୁଲ ପଡ଼ିଆରେ ଅବସ୍ଥିତ ମଞ୍ଚରେ ପହଞ୍ଚିଥିଲା।
ସନ୍ଧ୍ୟାବେଳେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ବକ୍ତା ତଥା ବିଧାୟକ ଭାସ୍କର ମଢେଇ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରକାଶ ସୋରେନ, ପଦ୍ମଚରଣ ହାଇବୁରୁ, ଶ୍ରୀନାଥ ସୋରେନ, ବକ୍ତା ପ୍ରମିଳା ପଣ୍ଡା ଏବଂ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ତେବେ କପ୍ତିପଦା ଉପଖଣ୍ଡ ଐତିହ୍ୟ, ପରମ୍ପରା, ଭାଷା, ସାହିତ୍ୟ, ଲୋକ କଳା, ସାମାଜିକ, ସାଂସ୍କୃତିକ, ଭାବଧାରା ଏବଂ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ପ୍ରତିଫଳିତ କରି ପ୍ରଦର୍ଶନୀ, ସାଧାରଣ ସଭା ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନେଇ ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଧୁମସା ମହୋତ୍ସବ ଅନୁଷ୍ଠିତ ହେବ l
ପରିଶେଷରେ ବିଭିନ୍ନ ମହାବିଦ୍ୟାଳୟ ଓ ଅନ୍ୟ କଳାକାରମାନଙ୍କ ଦ୍ୱାରା ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ, ମୁଖ୍ୟ ଆକର୍ଷଣ ଭାବେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥୀମାନେ ନିଜ ସୁମଧୁର କଣ୍ଠସ୍ୱରରେ ସମଗ୍ର ମଞ୍ଚକୁ ମୁଗ୍ଧ କରିଥିଲେ।












