ନଡ଼ିଆ ସଢ଼େଇ କଳାରେ ଚମକିଲେ ବିଜୟ କମିଳା
BY-ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ଯୁବ କଳାକାର ବିଜୟ କମିଳା ନିଜର ଅସାଧାରଣ କଳା ପ୍ରତିଭା ବଳରେ ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ବର୍ତ୍ତମାନ ସେ ଏସିଆ ବୁକ୍ ଅଫ ରେକର୍ଡରେ ନିଜ ନାମ ସ୍ଥାନ ପାଇ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଲେଖିଛନ୍ତି। ଜଣେ ସାଧାରଣ ବାଇକ୍ ମେକାନିକ ହୋଇଥିଲେ ମଧ୍ୟ ବିଜୟଙ୍କ ମନରେ ଲୁଚି ରହିଥିବା କଳାକାର ସ୍ୱପ୍ନ ତାଙ୍କୁ ଆଜି ଏହି ଉଚ୍ଚ ସଫଳତାରେ ପହଞ୍ଚାଇଛି। ବର୍ଜ୍ୟବସ୍ତୁ ଭାବେ ପଡ଼ିଥିବା ନଡ଼ିଆ ସଢ଼େଇ ଓ ଖୋଳପାକୁ ବ୍ୟବହାର କରି ସେ ତିଆରି କରୁଛନ୍ତି ଆକର୍ଷଣୀୟ କଳାକୃତି। ଘର ସଜାଣା ସାମଗ୍ରୀ, ଶୋଭାବର୍ଦ୍ଧକ ଉପକରଣ ଓ ଅନେକ ସୃଜନଶୀଳ ନୂତନ ଜିନିଷ ତିଆରି କରି ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ବଳକା ସମୟକୁ ଅନର୍ଥକ କାମରେ ବ୍ୟୟ ନକରି ସୃଜନଶୀଳ କାର୍ଯ୍ୟରେ ଲାଗାଇଥିବା ବିଜୟଙ୍କ ପରିଶ୍ରମ ଆଜି ତାଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି। ତାଙ୍କର ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ ଅଦମ୍ୟ ସାହସ ପାଇଁ ସେ ଏହି ସମ୍ମାନ ହାସଲ କରିପାରିଛନ୍ତି। ସାଧାରଣ ପରିବେଶରୁ ଆସି ନିଜ ପ୍ରତିଭା ବଳରେ ଏତେ ବଡ଼ ସଫଳତା ପାଇଥିବାରୁ ବିଜୟ କମିଳା ଆଜି ଅନେକ ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତାଙ୍କର ଏହି ସଫଳତାରେ ପରିବାର ମଧ୍ୟରେ ଖୁସିର ମାହୋଲ ଥିବା ବେଳେ ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ |
ଚର୍ଚ୍ଚା NEWS












