by_ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲା ଉଦଳା ରେ ଅଭାବନୀୟ ଘଟଣା l ଏନଏସି ୪ ନମ୍ବର ୱାର୍ଡସ୍ଥିତ ଗୁରୁକୁଳ ବିଦ୍ୟାମନ୍ଦିରରେ ଘଟିଛି ଏକ ନିନ୍ଦନୀୟ ଘଟଣା। ସୂଚନା ଅନୁସାରେ, ହଷ୍ଟେଲର ୪ ଜଣ ଅନ୍ତେବାସୀ ଛାତ୍ର ହଷ୍ଟେଲ ଠାରୁ ୨୦୦ ମିଟର ଭିତରେ ଥିବା ରଥଯାତ୍ରା ଦେଖିବାକୁ ବାହାରକୁ ବାହାରି ଯାଇ ରଥ ଦେଖି ଫେରିବା ପରେ ଦାୟିତ୍ୱରେ ଥିବା ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ପ୍ଲାଷ୍ଟିକ ପାଇପରେ ଅମାନୁଷିକ ଭାବରେ ପିଟିବା ସହିତ ମାନସିକ ଯନ୍ତ୍ରଣା ଦେଇଥିବା ଥିବା ଅଭିଯୋଗ ହୋଇଛି।
ମାଡ଼ରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଗୁରୁତର ଆହତ ହୋଇ ଉଦଳା ମେଡିକାଲରେ ଚିକିତ୍ସିତ ହୋଇ ଥିଲେ। ଆହତ ଛାତ୍ରମାନେ ଉଦଳା ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୁଲିସ ଓ ଶିକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ବିଇଓ ସୁବ୍ରତ କିସ୍କୁ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ମାଡ଼ ମରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟାଳୟର ପ୍ରିନ୍ସିପାଲ ମଧ୍ୟ ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି।
ଶିଶୁଙ୍କ ଭୁଲ ଥିଲେ ମଧ୍ୟ ଶାରୀରିକ ଦଣ୍ଡ କେବେ ବି ସମାଧାନ ନୁହେଁ। ବିଦ୍ୟାଳୟରେ ଶିଶୁଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ଅଧିକାରକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ। ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡଯୁକ୍ତ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସାଧାରଣରେ ଏବଂ ଅଭିଭାବକ ଙ୍କ ମହଲରେ ଦାବି ଉଠିଛି |
ଚର୍ଚ୍ଚା NEWS












