ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଦେଶ ପାଳୁଛି ୭୯ ତମ ସ୍ବାଧିନତା ଦିବସ। ଏହି ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁର ମିନିଷ୍ଟାଡିୟମ ଠାରେ ଆଜି ଉପଖଣ୍ଡସ୍ତରିୟ ସ୍ବାଧିନତା ଦିବସ ପାଳନ ପାଳନ କରାଯାଇଛି। ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ୍ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟପତକା ଉତ୍ତୋଳନ କରିଥିଲେ। ଦେଶ ପାଇଁ ଅନେକ ମହାପୁରୁଷ ମାନେ ନିଜକୁ ତ୍ୟାଗ ଓ ବଳିଦାନ କରି ଆମକୁ ସୁରକ୍ଷା ଦେଇ ମୁକ୍ତ କରୁଥିଲେ। ଦେଶ ସ୍ବାଧିନତା ନେଇ ସେମାନଙ୍କ ଅବଦାନ ଅତୁଳନୀୟ ମୁଖ୍ୟ ଅତିଥି ଏନେଇ ନିଜ ଅଭିଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ପୋଲିସ୍ ଆଇଆରବିଏନ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରି ମାନଙ୍କ ଦ୍ବାରା ଚିତାକର୍ଷକ ପରେଡ୍ କରାଯାଇଥିଲା। ୨୬ ଟି ଟ୍ରୁପ୍ ଦ୍ବାରା ପରେଡ୍ କରାଯାଇଥିଲା। ବିଭିନ୍ନ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମସ୍ତ ବିଭାଗ ର ବରିଷ୍ଟ ପ୍ରଶାସନିକ ଅଧିକାରି ମାନେ ଏଥିରେ ସାମିଲ ରହିଥିଲେ
ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ଵ।ଧିନତା ଦିବସ ପାଳିତ
By Charcha News












