ଭୁବନେଶ୍ୱର, ଅଗଷ୍ଟ ୭: ଓଡ଼ିଶାରେ ଶିଳ୍ପ ଓ ନିବେଶର ପରିସରକୁ ଆହୁରି ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନିବେଶକଙ୍କ ସହ ଆଲୋଚନାକୁ ଜୋରଦାର କରିଛନ୍ତି। ଏହି କ୍ରମରେ ଆଜି ଦିଲ୍ଲୀରେ ବିଭିନ୍ନ ପ୍ରମୁଖ ଶିଳ୍ପପତି ଓ କମ୍ପାନିର ପ୍ରତିନିଧିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ନୂଆ ଶିଳ୍ପ ସ୍ଥାପନ, ପୁଞ୍ଜିନିବେଶ ଏବଂ ରୋଜଗାର ସୃଷ୍ଟି ନେଇ ଏହି ବୈଠକରେ ପ୍ରତ୍ୟକ୍ଷ ଆଲୋଚନା ହୋଇଛି।
‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ନିବେଶକ ସମ୍ମିଳନୀ ଓ ରୋଡ୍ସୋକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସ୍ନାକ୍ସ ଶିଳ୍ପ ସହ ଜଡ଼ିତ ଅନେକ ପ୍ରମୁଖ କମ୍ପାନିର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟର ଭିତ୍ତିଭୂମି, ଉପଲବ୍ଧ ସମ୍ପଦ ଏବଂ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଯାଇଛି।
ଏହି ଅବସରରେ ଚିରିପାଲ ପଲିଫିଲ୍ମସର ସିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ର ସିଇଓ ତଥା ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍ସ ଟ୍ରାଏର ସିଇଓ ତଥା ପ୍ରତିଷ୍ଠାତା ବିନୋଦ କାଲ୍ରା ଏବଂ ବିୟଣ୍ଡ ସ୍ନାକ୍ସର ପ୍ରତିଷ୍ଠାତା ମାନସ ମଧୁଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏହି କମ୍ପାନିଗୁଡ଼ିକ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଝାମଣାପତ୍ର ବା ଏମ୍ଓୟୁ ସ୍ୱାକ୍ଷର ହୋଇସାରିଛି। ତେଣୁ ଆଗାମୀ ଦିନରେ ଏହି ନିବେଶ ପ୍ରସ୍ତାବଗୁଡ଼ିକ ଓଡ଼ିଶାରେ ଶିଳ୍ପ ବିକାଶ ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି।
ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ମାଧ୍ୟମରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବା। ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, ଫୁଡ୍ ମାନୁଫ୍ୟାକ୍ଚରିଂ ଓ ସ୍ନାକ୍ସ ଶିଳ୍ପ କ୍ଷେତ୍ରରେ ଅଧିକ ନିବେଶ ଆଣିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନାରେ ସାମିଲ ହୋଇଥିଲେ। ଦିଲ୍ଲୀର ଏହି ଆଲୋଚନା ମାଧ୍ୟମରେ ଓଡ଼ିଶାକୁ ଏକ ନିବେଶ ଅନୁକୂଳ ରାଜ୍ୟ |
ଚର୍ଚ୍ଚା news












