Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    • କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :
    • Anuvadini AI Partners with MathZoro to Bring Gamified Mathematics Education for Every Indian School Student
    • ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :
    • ଆଜିର ରାଶିଫଳ
    • ମାଟ୍ରିକ ପରୀକ୍ଷାରେ ଏ୧ରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାୟଗଡ଼ା ଜିଲ୍ଳାପାଳ
    • କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ସଂସଦୀୟ ବୋର୍ଡ
    • ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ
    • ମେ ୯ରେ ଶପଥଗ୍ରହଣ : ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅର୍ଥନୀତି»ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    By Charcha NewsMay 2, 2026
    Share
    Facebook Twitter Email WhatsApp

    ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

    ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

    ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ। ଏଥିପାଇଁ ୧୭୦୨ କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂତନ ରାସ୍ତା ନିର୍ମାଣ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ। ଏହି ଶୁଭ ଅବସରରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାର ବଡ଼ ଘୋଷଣା କରାଯାଇଛି।

    ଏହା ସହିତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ୬୩୦ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ଜଳ ବିଭାଜିକା ବିକାଶ ଉପାଦାନ (WDC-PMKSY 2.0) ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଶିବରାଜ ଜୀଙ୍କ ଓଡ଼ିଶା ପ୍ରୀତିକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାକୁ ମନେ ପକାଇ ସେ କହିଥିଲେ ଯେ, ଏହି ଯୋଜନା ଗ୍ରାମୀଣ ଭାରତର ଦଶା ଓ ଦିଶା ବଦଳାଇ ଦେଇଛି।

    ବିଶେଷ କରି ଦୁର୍ଗମ ଅଞ୍ଚଳରେ ବିକାଶ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପିଏମ୍‌ଜିଏସ୍‌ୱାଇ-୪ରେ କେବଳ ରାୟଗଡ଼ ଓ ମାଲକାନଗିରି ଜିଲ୍ଲାରେ ୪୪୨ଟି ନୂତନ ରାସ୍ତା ନିର୍ମାଣ କରାଯିବ।

    ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କୋଲନରା, ମୁନିଗୁଡା ଓ ରାୟଗଡ ବ୍ଲକରେ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି, ଯାହାଦ୍ୱାରା ୯୮ଟି ଗାଁର ଜନସାଧାରଣ ଉପକୃତ ହେବେ। ରାୟଗଡ଼ା, କାଶିପୁର, କେ. ସିଙ୍ଗପୁର, କୋଲନରା ଓ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ୧୦୪ କୋଟି ୫୬ ଲକ୍ଷ ଟଙ୍କା ବିନିଯୋଗରେ ୧୩ଟି ନୂଆ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ସଡ଼କ ଓ ସେତୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ସୁଦୂର ଗ୍ରାମାଞ୍ଚଳଗୁଡ଼ିକ ମୁଖ୍ୟ ସ୍ରୋତ ସହ ଯୋଡ଼ି ହୋଇପାରିବେ।ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ‘Mission Powar’ (Power-Water-Road) ଅଭିଯାନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ ୫୦ରୁ ଅଧିକ ଜନସଂଖ୍ୟା ଥିବା କ୍ଷୁଦ୍ର ପଡ଼ା ଗ୍ରାମଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ୩୪,୧୦୪ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦,୨୦୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀକୁ ମନେ ପକାଇ କହିଛନ୍ତି ଯେ, “ଭାରତର ଆତ୍ମା ଗାଁରେ ବାସ କରେ। ଯଦି ଆମ ଗାଁ ଗୁଡିକର ବିକାଶ ନ ହୁଏ, ତେବେ ଦେଶର ବିକାଶ ସମ୍ଭବ ନୁହେଁ। ଗ୍ରାମାଞ୍ଚଳର ଭଲ ଗମନାଗମନ ବ୍ୟବସ୍ଥା ହିଁ ହେଉଛି ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିର ମୌଳିକ ଆଧାର।” ସେ ଆହୁରି ମଧ୍ୟ କହିଛନ୍ତି, “ରାସ୍ତା ଯେତେବେଳେ ଗାଁରେ ପହଞ୍ଚେ, ସେତେବେଳେ ବିକାଶର ଅନେକ ବାଟ ଆପେ ଆପେ ଖୋଲି ଯାଏ। ତେଣୁ, ଗ୍ରାମାଞ୍ଚଳ ପାଇଁ ଏହି ଯୋଜନା ସଂଜିବନୀ ସଦୃଶ୍ୟ କାର୍ଯ୍ୟ କରି ବିକାଶର ନୂଆ ଦିଗ ଉନ୍ମୁକ୍ତ କରିବ।” ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି।ସଡ଼କ ନିର୍ମାଣରେ ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ରକ୍ଷା କରିବା ପାଇଁ ଏକ ସୁଦୃଢ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାସ୍ତା ରକ୍ଷଣାବେକ୍ଷଣ ନିମନ୍ତେ ବଜେଟରେ ୫୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘Incentive’ ଆକାରରେ ମିଳିଥିବା ୧୫୦ କୋଟି ଟଙ୍କା ମଧ୍ୟ ପୁରୁଣା ରାସ୍ତାର ମରାମତି ପାଇଁ ବିନିଯୋଗ କରାଯିବ। ରାଜ୍ୟ ସରକାରଙ୍କ ନୂତନ ଅଭିଯାନ ‘Mission Powar’ (Power-Water-Road) ମାଧ୍ୟମରେ ୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଛୋଟ ପଡ଼ା, ଗାଁକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରାଯିବ। ଚଳିତ ବର୍ଷ ୯,୭୦୦ କିଲୋମିଟର ନୂତନ ରାସ୍ତା ଓ ୩୫୦ଟି ନୂଆ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶେଷରେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଢ଼ିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

    କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ୍ ସିଂହ ଚୌହାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର କେବଳ ପ୍ରତ୍ୟେକ ଗ୍ରାମକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଆସିନାହାଁନ୍ତି, ବରଂ ପ୍ରତିଟି ହୃଦୟ ସହ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। ଆମେ କେବଳ ଫମ୍ପା ପ୍ରତିଶ୍ରୁତି ଦେବାରେ ବିଶ୍ୱାସ କରୁନାହୁଁ, ବରଂ କାମ କରି ଦେଖାଇବାରେ ବିଶ୍ୱାସ କରୁ ବୋଲି ସେ ମଞ୍ଚରେ କହିଥିଲେ। କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଏକ ପ୍ରସ୍ତାବ ରଖିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଦଳ ପଠାଇବେ। ଏହି ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ‘ସମନ୍ୱିତ କୃଷି ବ୍ୟବସ୍ଥା’ (Integrated Farming) ର ସମୀକ୍ଷା କରିବେ। କେବଳ ଧାନ ଚାଷ ନୁହେଁ, ବରଂ ଚାଷୀମାନେ ଯେପରି ସମସ୍ତ ପ୍ରକାରର ଅର୍ଥକାରୀ ଫସଲ ଉତ୍ପାଦନ କରି ଅଧିକ ରୋଜଗାର କରିପାରିବେ, ସେଥିପାଇଁ ସରକାର ମାର୍ଗଦର୍ଶନ ପ୍ରଦାନ କରିବେ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୬ ବର୍ଷ ତଳେ ଗାଁରେ ପକ୍କାରାସ୍ତା ନିର୍ମାଣର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ ଆଜି ଆମେ ଏହାର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛୁ। ଏହି ଯୋଜନା ଦ୍ବାରା ଜନସାଧାରଣଙ୍କ ଅର୍ଥନୈତିକ ଉନ୍ନତି ସହିତ ଗାଁର ବିକାଶ ମଧ୍ୟ ଦ୍ବିଗୁଣିତ ହୋଇଛି। ଗାଁର କିପରି ବିକାଶ ହେବ ସେଥିନେଇ ଅନେକ ଯୋଜନା ହାତକୁନିଆଯିବା ସହିତ ଏହାର ସଫଳ ରୂପାୟନ ଦିଗରେ ଧ୍ୟାନ ଦିଆଯାଉଛି। ଏଥି ସହିତ ରାଜ୍ୟରେ ମିଶନ ପାୱାର ଯୋଜନା କାର୍ଯ୍ୟକାରୀ ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ଗରିମାମୟ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ୍ ଗମାଙ୍ଗୋ ଏବଂ ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    PMAY ଫାଇଲ୍ ପାସ୍ ପାଇଁ ଲଞ୍ଚ, ହାତେନାତେ ଧରିଲା ଭିଜିଲାନ୍ସ ::

    May 5, 2026 ରାଜ୍ୟ

    ଓଡ଼ିଶା ଭିଜିଲାନ୍ସ ହାତରେ ରାଜକାନିକା ଥାନାର ଏଏସଆଇ :

    May 5, 2026 ଅପରାଧ

    ଗୁଜରାଟରେ ଓଡ଼ିଶାର ନିବେଶ ମିଶନ :;

    May 5, 2026 ଆଜିର ଖବର

    ରାଜ୍ୟରେ କାଳବୈଶାଖୀର ତାଣ୍ଡବ

    May 5, 2026 ଆଜିର ଖବର

    ରାଜ୍ୟରେ କାଳବୈଶାଖୀର ତାଣ୍ଡବ

    May 5, 2026 ଆଜିର ଖବର

    ବିଜେପିର ଐତିହାସିକ ସଫଳତା: ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ସରକାର

    May 4, 2026 ଆଜିର ଖବର

    ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ବଡ଼ ଆଶ୍ୱସନ ବକେୟା ଟଙ୍କା ହସ୍ତାନ୍ତର :

    May 4, 2026 ଆଜିର ଖବର

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    May 4, 2026 ରାଜ୍ୟ

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026 ଆଜିର ଖବର

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026 ଆଜିର ଖବର
    Watch YouTube

    You May Like

    ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା

    May 6, 2026

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.