କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବ୍ଶୀଘ୍ର କଢ଼ାଯିବ ବାଲି। ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍ଆଇ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।
BY-SUBHASMITA-DT-22.4.2026
କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି, ଆଇଆଇଟି ମାଡ୍ରାସ୍ ରିପୋର୍ଟ ପରେ ଆରମ୍ଭ ହେଲା ପ୍ରକ୍ରିୟା
ଓଡ଼ିଶାର ଐତିହ୍ୟବାହୀ କୋଣାର୍କ ସୂର୍ଯ୍ୟମନ୍ଦିର ରୁ ଖୁବଶୀଘ୍ର ବାଲି କଢ଼ାଯିବ। ଏନେଇ ସମସ୍ତ ବୈଷୟିକ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି। Archaeological Survey of India (ଏଏସ୍ଆଇ) ପକ୍ଷରୁ ଏହି ବୃହତ୍ ପ୍ରକ୍ରିୟାକୁ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ କରାଯାଇଛି।
ପୂର୍ବରୁ ମନ୍ଦିରର ପଶ୍ଚିମ ପାର୍ଶ୍ୱ କାନ୍ଥରେ ଡ୍ରିଲିଂ କରି ବାଲିର ସ୍ଥିତି ଯାଞ୍ଚ କରାଯାଇଥିଲା। ସେଠାରୁ ନମୁନା ସଂଗ୍ରହ କରି Indian Institute of Technology Madras ଲ୍ୟାବକୁ ପଠାଯାଇଥିଲା। ରିପୋର୍ଟ ଅନୁସାରେ ମନ୍ଦିର ଭିତରେ ଥିବା ବାଲି ସୁରକ୍ଷିତ ଅବସ୍ଥାରେ ରହିଛି ଏବଂ ଏହାକୁ କଢ଼ିବାରେ ମନ୍ଦିରର କୌଣସି କ୍ଷତି ହେବ ନାହିଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି।
ଏହା ପରେ ଏଏସ୍ଆଇ ପକ୍ଷରୁ ବାଲି କଢ଼ିବା ପାଇଁ ଚୂଡ଼ାନ୍ତ ମ୍ୟାପିଂ କାମ ଚାଲିଛି। ପ୍ରସ୍ତୁତ ଯୋଜନା ଅନୁଯାୟୀ, ସୂର୍ଯ୍ୟମନ୍ଦିରର ପଶ୍ଚିମ ପାର୍ଶ୍ୱ କାନ୍ଥରେ ପ୍ରାୟ ୮୦ ଫୁଟ ଉଚ୍ଚରେ ୯ ଫୁଟ ଚଉଡ଼ାରେ ପଥର କାଟି ଏକ ଟନେଲ୍ ତିଆରି କରାଯିବ। ଏହି ଟନେଲ୍ ମାଧ୍ୟମରେ ମନ୍ଦିରର ଗର୍ଭଗୃହ ଭିତରୁ ବାଲି ବାହାର କରାଯିବ।
ସୁରକ୍ଷାକୁ ମୁଖ୍ୟତ୍ୱ ଦେଇ ଏହି ପ୍ରକ୍ରିୟାରେ କୌଣସି ମଣିଷ ଟନେଲ୍ ଭିତରକୁ ପ୍ରବେଶ କରିବେ ନାହିଁ। ପରିବର୍ତ୍ତେ ସ୍ୱୟଂଚାଳିତ ରୋବୋଟିକ୍ ଟ୍ରଲି ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଚର୍ଚ୍ଚା news












