କୋଲକାତା/ପ୍ରଶାନ୍ତ ରାଉଳ : କୋଲକାତାର ଓଡିଆ ସଂଗଠକ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ରାଉଳଙ୍କୁ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେଶନ ପକ୍ଷରୁ ବଡଦିନ ଅବସରରେ ପୁରୀର ଅର୍ଣ୍ଣପୁର୍ଣ୍ଣା ଥିଏଟର ହଲରେ ସମ୍ବର୍ଦ୍ଧିତ କରାଯାଇଛି ‘ଭାରତ ଜ୍ୟୋତି’ ସମ୍ମାନରେ ତାଙ୍କୁ ଡଃ ଉପେନ୍ଦ୍ର କୁମାର ଶର୍ମା, ଜଲିଉଡ୍ ଇଣ୍ଡଷ୍ଟ୍ରିର ନାୟକ ସମରେନ୍ଦ୍ର ପଣ୍ଡା (ବାପି ପଣ୍ଡା), ନାଟ୍ୟ କଳାକାର ତୁଷାର କାନ୍ତ ବେହେରା, ଶରତ ମହାନ୍ତି, ମୁଖ୍ୟ ଅତିଥି ପ୍ରସନ୍ନ ମିଶ୍ର, ଅରୁଣ କୁମାର ପାତ୍ର, ରାଜ୍ୟ କଳାକାର ସାଂଘର ସଭାପତି ଚୈତନ ପାଇକ ସମ୍ବର୍ଦ୍ଧିତ କଲେ ପ୍ରଶାନ୍ତ କୁମାର ରାଉଳ ଦୀର୍ଘ ୧୮ ବର୍ଷ ଧରି କୋଲକାତାରେ ଜୀବନଜୀବିକା ସହିତ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି କୋଲକାତାରେ ବିଭିନ୍ନ ସଂଗଠନ ସହିତ ମିଶି ସମାଜସେବା ମାଧ୍ୟମରେ ନିଜକୁ ପରିଚିତ କରାଇ ପାରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗ୍ର୍ରାମରେ ପିତା ହୃଷିକେଶ ରାଉଳ ଓ ମାତା ମଞ୍ଜୁଲତା ରାଉଳଙ୍କ ସନ୍ତାନ ପ୍ରଶାନ୍ତ କୁମାର ରାଉଳ କୋଲକାତାରେ ଏବେ ଜଣେ ସାମ୍ବାଦିକ ଭାବରେ ପରିଚିତ ତାଙ୍କୁ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେଶନ ଅଣ୍ଡର ଭଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ବାରା ପରିଚାଳିତ ଏହି ସଂସ୍ଥା ଦ୍ବାରା ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ମିଳିଥିବାରୁ ତାଙ୍କୁ ପ୍ରବାସୀ ଓଡିଆ ସମାଜ ପକ୍ଷରୁ ଅଭିନନ୍ଦିତ କରାଯାଇଛି
କୋଲକାତାର ଓଡିଆ ସଂଗଠକ ତଥା ସାମ୍ବାଦିକ ପ୍ରଶାନ୍ତ ରାଉଳଙ୍କୁ ‘ଭାରତ ଜ୍ୟୋତି’ ସମ୍ମାନରେ ସମ୍ମାନୀତ
By Charcha News












