୧୧-୦୮-୨୫ ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭୋଟ ଚୋରି କରିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ସଂକ୍ରାନ୍ତରେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଠିକ୍ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାୟଗଡା ବିଧାୟକ ଆପଲୁସ୍ବାମୀ କାଡ୍ରାକା। ଗତ ନିର୍ବାଚନରେ ବିଜେପି ଦଳ ନିର୍ବାଚନ କମିଶନରଙ୍କୁ ହାତବାରିଶି କରି ଭୋଟ ଚୋରି କରିଛି । ସମଗ୍ର ଦେଶରେ ଜନମତ କଂଗ୍ରେସ ଆଡକୁ ଯାଉଥିବା ବେଳେ ବିଜେପି ଦଳ ବ୍ଯାପକ ରେଗିଙ୍ଗ୍ କରିଛି ବୋଲି ବିଧାୟକ କାଡ୍ରାକା କରିଛନ୍ତି। ଖାଲି ସେତିକି ନୁହେଁ ରାଜ୍ଯରେ ମଧ୍ଯ ଭୋଟ ଚୋରି କରିବାରେ ବିଜେପି ଦଳ ସକ୍ଷମ ହୋଇଛି। ଯଦି ନିର୍ବାଚନ କମିଶନଙ୍କ ସତ୍ ସାହାସ ଅଛି ତେବେ ରାହୁଲ ଗାନ୍ଧୀ ମାଗିଥିବା ତଥ୍ଯକୁ କମିଶନ ତୁରନ୍ତ ଦିଅନ୍ତୁ ବୋଲି ସେ କରିବା ସହ ଆଗାମୀ ଦିନରେ ଏହି ଘଟଣାକୁ ନେଇ କଂଗ୍ରେସ ଦଳ ଲୋକଙ୍କୁ ନେଇ ରାଜରାସ୍ତାକୁ ଓଲ୍ଲାଇବ ବୋଲି କହିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଓ ବରିଷ୍ଠ କଂଗ୍ରେସ ନେତା ସଂକର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ











