ରାୟଗଡ଼ା
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ଗୁଣପୁର ସହର ବାସି ଙ୍କ ପାଇଁ ମନୋରଞ୍ଜନ ସହ ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।ଆସନ୍ତା କାଲି ନିଖିଲ ଭାରତ ସ୍ୱାୟିତ୍ତ ଶାସନ ଗୁଣପୁର ପୌର ପରିଷଦ ଠାରେ ପାଳନ କରାଯିବ।ଏଥିପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଆଜି ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ନୂଆ ବସଷ୍ଟାଣ୍ଡ ଠାରୁ ବାଇପାସ୍ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ପିଲାଙ୍କ ଠାରୁ ମହିଳା ଯୁବ ଗୋଷ୍ଠୀ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ଯୋଗ,ବ୍ୟାୟମ,ନାଚ,ଗୀତ,ସ୍ଥାନୀୟ କଳାକାର ଙ୍କ ବିଭିନ୍ନ ପ୍ରକାର ଦେଶୀୟା ଗୀତ ସହ ନୃତ୍ୟ ପରିବେଷଣ ସହ ପ୍ରତିଭା ଦେଖାଇବା ସହ ବିଭିନ୍ନ ପ୍ରକାର ନୃତ୍ୟ କ୍ରିୟା କଳାପ ଦେଖାଇଥିଲେ।ଏହି ସମୟରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ,ସମ୍ମାନିତ ଅତିଥି ଭାବରେ ବିଡ଼ିଓ ସ୍ଵାସ୍ତିକ ଜମାଦାର,ଅଧ୍ୟକ୍ଷା ମମତା ଗୌଡ ପୌର ପରିଷଦ ର ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଉପସ୍ଥିତ ରହିଥିଲେ।











