BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡା ଆସନ୍ତା ଜୁନ୍ ମାସ 1 ତାରିଖରୁ ବଦଳିଯିବ ରାୟଗଡା ରେଳ ଡିଭିଜନ୍ ର ମାନଚିତ୍ର । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷିଣ ଉପକୂଳରେ ଏକ ଜୋନ୍ ଘୋଷଣା କରାଯାଇଛି । ଏଥିପାଇଁ ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇଥିବା ବେଳେ ଏହି ଜୋନର ମୁଖ୍ୟ କାର୍ଯ୍ୟାଳୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍ ରେ ସ୍ଥାପିତ ହେବ । ଫଳରେ ଓଡିଶାକୁ ସ୍ବତନ୍ତ୍ର ଭାବେ ଏକ ନୂଆ ରେଳ ଡିଭିଜନ୍ ମିଳିଥିବା କୁହାଯାଉଛି । ପୂର୍ବତଟ ରେଳ ପଥ ଅଧିନରେ ରାୟଗଡା ଡିଭିଜନ୍ ରହିଥିବା ବେଳେ ଏହା ପ୍ରାୟ 696 କିଲୋମିଟର ଭିତରେ ସିମିତ ରହିବ । ଏହି ଡିଭିଜନ୍ ଅଧିନରେ କୋରାପୁଟ୍ ସିଙ୍ଗାପୁର ରୋଡ୍,କୋଟାୱାଲାସା କିରୋଣ୍ଡୋଲ୍ ଓ ଗୁଣପୁର-ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ରହିବ ବୋଲି କୁହାଯାଇଛି । ପୂର୍ବତଟ ରେଳ ପଥ ଓ ଦକ୍ଷିଣ ମଧ୍ୟ ରେଳ ପଥର କିଛି ଅଂଶକୁ ମିଶାଇ ଏହି ଜୋନ୍ ନିର୍ମାଣ କରାଯାଇଥିବା କୁହାଯାଇଛି । ରାୟଗଡାକୁ ସ୍ବତନ୍ତ୍ର ଡିଭିଜନ୍ ର ମାନ୍ୟତା ମିଳିବା ପରେ ଦକ୍ଷିଣ ଓଡିଶାର ରେଳ ଭିତ୍ତିଭୂମୀ ସୁଦୃଢ ହୋଇପାରିବ ବୋଲି କୁହାଯାଇଛି । ସେହିପରି ଖଣିଖାଦାନ ଭରା ରାୟଗଡା ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ମାନଙ୍କରେ ବାଣିଜ୍ୟିକ କାରବାର ସୁଦୃଢ ହୋଇପାରିବ । 2019 ସାଧାରଣ ନିର୍ବାଚନ ପୂର୍ବରୁ ରାୟଗଡାକୁ ନୂତନ ରେଳ ଡିଭିଜନ ମାନ୍ୟତା ମିଳିଥିଲା । ସଂସଦରେ ରେଳ ବଜେଟ୍ ଉପସ୍ଥାପନ ସମୟରେ ତତ୍କାଳୀନ ରେଳମନ୍ତ୍ରୀ ପୂୟୁଷ ଗୋୟଲ ଏହା ଘୋଷଣା କରିଥିଲେ । ରାୟଗଡାରେ ଡିଭିଜନ୍ ସ୍ଥାପନ ନେଇ ରେଳ ବିଭାଗ 380 କୋଟି ଟଙ୍କା ଖର୍ଚ୍ଚ ନେଇ ଏକ ତାଲିକା ପ୍ରସ୍ତୁତ କରିଥିଲା । 2020 ମସିହାର ପ୍ରଥମ ପର୍ଯ୍ୟାୟରେ ବଜେଟ୍ ରେ 170 କୋଟି ଟଙ୍କା ଅନୁଦାନ ପ୍ରଦାନ ନେଇ ବିଚାର କରାଯାଇଥିଲା । ପରେ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଅନୁଦାନ ମିଳିଥିବା ବେଳେ ଡିଭିଜନ୍ କାର୍ଯ୍ୟାଳୟ ଓ ରେଳପଥ କାର୍ଯ୍ୟକାରୀ ହୋଇଛି । ପରେ 2025 ମସିହା ଜାନୁଆରୀ 5 ତାରିଖରେ ରାୟଗଡା ରେଳ ଡିଭିଜନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଭିତିପ୍ରସ୍ତର ଦେଇଥିଲେ।ରାୟଗଡ଼ାରୁ ରବୀନ୍ଦ୍ର ନାଥ ମହାପାତ୍ର ଙ୍କ ରିପୋର୍ଟ ।
ଚର୍ଚ୍ଚା news












