ସାମ୍ବଡିକ: ପ୍ରଶାନ୍ତ ରାଉଳ
କୋଲକାତା
ଦୁଇ ବାଘୁଣୀର ମୃତ୍ୟୁକୁ କାରଣକୁ ନେଇ ଆଲିପୂର ଚିଡିଆ ଖାନାରେ ଏକ ୫ ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ମଙ୍ଗଳବାର ଏବଂ ବୁଧବାର ଦୁଇଟି ବାଘୁଣୀର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ପାୟଲ ବାଘୁଣୀର ମୃତ୍ୟୁ ହୋଇଥିଲା। ପାୟଲ ହେଉଛି ହଳଦିଆ ଏବଂ କଳା ଧାରୁଆ ବାଘୁଣୀ। ପାୟଲକୁ ବାହାରୁ ଅଣାଯାଇଥିଲା। ସେ ୧୭ ବର୍ଷ ବୟସର ଥିଲା। ଅପରପକ୍ଷରେ, ଗତକାଲି ଆଉ ଏକ ବାଘୁଣୀର ମୃତ୍ୟୁ ହୋଇଥିଲା। ତା’ର ନାମ ରୂପା। ରୂପା ୨୧ ବର୍ଷ ବୟସର। ରୂପା ଏଠାରେ ଜନ୍ମଗ୍ରହଣ କରିଥିଲା। ରୂପା ହେଉଛି ଧଳା ବାଘୁଣୀ। ୩ ଜଣ ପଶୁଚିକିତ୍ସା ବିଶେଷଜ୍ଞଙ୍କ ଏକ ଦଳ ଗଠନ କରାଯାଇଛି। ସେମାନେ ଶବ ବ୍ୟବଚ୍ଛେଦ କରିବେ ଏବଂ ମୃତ୍ୟୁର କାରଣ ତଦନ୍ତ କରିବେ। ସୂତ୍ର ଅନୁଯାୟୀ, ମୃତ୍ୟୁର କାରଣ ବାର୍ଦ୍ଧକ୍ୟ ଥିଲା। ଆଲିପୁର ଚିଡ଼ିଆଖାନା କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି। ପାୟଲଙ୍କୁ ୨୦୧୬ ମସିହାରେ ଓଡ଼ିଶାର ନନ୍ଦନକାନନରୁ ଅଣାଯାଇଥିଲା। ରୂପା ୨୦୦୪ ମସିହାରେ ଜନ୍ମଗ୍ରହଣ କରିଥିଲା। ତାଙ୍କ ବାପାଙ୍କ ନାମ ଅନିର୍ବାଣ, ତାଙ୍କ ମା’ଙ୍କ ନାମ କୃଷ୍ଣା।
ଦୁଇ ଦିନ ମଧ୍ୟରେ କୋଲକତାର ଆଲିପୁର ଚିଡ଼ିଆଖାନାରେ ଦୁଇ ବାଘୁଣୀର ମୃତ୍ୟୁ
By Charcha News











