ରାୟଗଡ଼ା
ରବିନ୍ଦ୍ର ନାଥ ମହାପାତ୍ର
ବେଆଇନ୍ ଭାବରେ ବାଲି ଚୋରାଚାଲାଣ ହେବା ସମୟରେ ଗୁଡ଼ାରୀ ଛକ ନିକଟରେ ଚଢ଼ାଉ କରି ଦୁଇ ବାଲି ବୋଝେଇ ହାଇୱା ଟ୍ରକ୍ କୁ ଜବତ କରିଛି ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ପୋଲିସ ।ଦୁଇ ବାଲି ବୋଝେଇ ଟ୍ରକ୍ କୁ ଫାଣ୍ଡି ନିକଟରେ ଅଟକ ରଖି ଅଧିକ ଅନୁସନ୍ଧାନ କରୁଛି ପୋଲିସ ।
ସରକାର ଙ୍କ ନୀତି ନିୟମ କୁ ଫୁ କରି ଦିନ ଦୁଇ ପ୍ରହର ରେ ବାଲି ମାଫିଆ ମାନେ ଗୁଡ଼ାରୀ ନଦୀ ଅଞ୍ଚଳ ରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଛି।ଗରିବ ଲୋକ ପାଇଁ ଘର ଟେକିବା ପାଇଁ ଗୁଡ଼ାରୀ ଅଞ୍ଚଳ ରେ ବାଲି ମିଳୁନଥିବା ବେଳେ ମାଫିଆ ମାନେ ଦିନ ହେଉ କି ରାତି ବେଧଡକ ଭାବରେ ବାଲି ନକଲି କାଗଜ ଦେଖାଇ ଶହ ଶହ ଟ୍ରାକ୍ଟର ମାଧ୍ୟମ ରେ ନଦୀ ଗର୍ଭରୁ ଉଠାଇ ବାଲି ଡମ୍ପିଂଗ କରି ମାଫିଆ ମାନେ ଲୁଟ କରିଥିବା ଜଣା ପଡ଼ିଛି। ମାଇନ୍ସ ବିଭାଗ ଚୁପ୍ ଥିବା ଜଣା ପଡ଼ିଛି।ଏପଟେ ଲକ୍ଷ ଲକ୍ଷ ଟଙ୍କା ସରକାର ଙ୍କ ରାଜସ୍ବ ହାନି ହୋଇଥିବା ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବାଲି ମାଫିଆ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଜୋର ଧରିଛି।ଏପଟେ ଜିଲ୍ଲା ମାଇନ୍ସ ବିଭାଗ ସବୁ ଦେଖି ନଦେଖିଲା ପରି ରହୁଥିବା ଅଭିଯୋଗ ହୋଇଛି।କେବଲ ଗୁଡ଼ାରୀ ବାଲି ନୁହଁ ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ପଥର ମଧ୍ୟ ବେଆଇନ ଭାବରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି।ହେଲେବି ମାଇନ୍ସ ବିଭାଗ ଚୁପ୍ କୁ ସାଧାରଣ ରେ ଚିନ୍ତା ର ବିଷୟ ପାଲଟିଛି।ତେବେ କୌଣସି ସୂତ୍ର ରୁ ଖବର ପାଇ ଆଜି ସୋମବାର ଭୋର ରାତି ୩ଟାରେ ଗୁମୁଡା ଫାଣ୍ଡି ପୋଲିସ ଗୁଡ଼ାରୀ ଛକ ନିକଟରେ ଚଢ଼ାଉ କରି ମାଇନସ ଆକ୍ଟରେ ଦୁଇ ହାଇୱା ଟ୍ରକ୍ କୁ ଜବତ କରି ଅଧିକ ଅନୁସନ୍ଧାନ କରୁଛି।କେତେ ଫାଇନ ପଡ଼ିବ ତାହା ଜିଲ୍ଲା ମାଇନ୍ସ ବିଭାଗ ଆସିଲେ ଜଣା ପଡ଼ିବ ବୋଲି ଗୁମୁଡା ପୋଲିସ ସୂଚନା ଦେଇଛି।











