Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Tuesday, April 7
    Facebook X (Twitter) YouTube Instagram
    Trending
    • ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ ::
    • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାର ::
    • ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ::
    • ଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ::
    • ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ::
    • ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ ସନ୍ଧ୍ୟା : ଛାନ୍ଦ ଓ ଚମ୍ପୂ ଓଡ଼ିଆ ସ୍ୱାଭିମାନର ପ୍ରତୀକ ::
    • ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::
    • ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::
    • ବିଜେପିର ୪୭ତମ ସ୍ଥାପନା ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ‘ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ’ ଅନୁଷ୍ଠିତ ::
    • ପରିବା ବର୍ଜ୍ୟରୁ ଉତ୍ପାଦନ ହେବ ଉର୍ଜା ::
    • ସୁନ୍ଦରଗଡ଼ରେ SAFAR ପ୍ରକଳ୍ପ ଅଧୀନରେ ଅମ୍ଲମାଟି ପରିଚାଳନା ଓ ସମତୁଳିତସର ବ୍ୟବହାର ବିଷୟରେ ସଚେତନତା ପ୍ରଶିକ୍ଷଣ ::
    • ପକ୍ଷାଘାତରେ ପୀଡ଼ିତ ଶିକ୍ଷକ ଙ୍କ , କୂଅ ରେ ପଡି ମୃତ୍ୟୁ ::
    • ରାୟଗଡା ର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ହେଲେ ବିଦ୍ୟାଧର ଶବର ଉପାଧ୍ୟକ୍ଷା ହେଲେ ମଞ୍ଜୁଳା ମିନିୟକା :
    • ଓଡ଼ିଆ ପକ୍ଷ ପାଳନ ଅବସରରେ ରାୟଗଡ଼ ପୌର ପରିଷଦ ପକ୍ଷରୁ ପ୍ରେମ୍ ପାହାଡ଼ ପରିସରରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ନଡ଼ିଆ ସଢ଼େଇ ଖୋଳରେ ଇତିହାସ ଗଢ଼ିଲେ ବିଜୟ କୁମାର କମିଳା

    ନଡ଼ିଆ ସଢ଼େଇ ଖୋଳରେ ଇତିହାସ ଗଢ଼ିଲେ ବିଜୟ କୁମାର କମିଳା

    By Charcha NewsMarch 15, 2026
    Share
    Facebook Twitter Email WhatsApp

    ସାମ୍ବାଦିକ ରାଜୀବ କୁମାର ବେହେରା
    ତାରିଖ-୧୪-୦୩-୨୦୨୬


    ମୟୁରଭଞ୍ଜ: ଓଡ଼ିଶାର ମାଟି ସଦା ସୃଜନଶୀଳତା, କଳା ଓ ପ୍ରତିଭାରେ ସମୃଦ୍ଧ। ଏହି ମାଟିରୁ ପୁଣିଥରେ ଉଦୟ ହୋଇଛନ୍ତି ଜଣେ ଅସାଧାରଣ ପ୍ରତିଭା। ସାଧାରଣ ଏବଂ ଅଦରକାରୀ ମନେ ହେଉଥିବା ନଡ଼ିଆ ସଢ଼େଇ ଖୋଳକୁ ଅପୂର୍ବ କଳାରେ ପରିଣତ କରି ନୂଆ ଇତିହାସ ରଚିଛନ୍ତି ବିଜୟ କୁମାର କମିଳା। ତାଙ୍କର ଅଦମ୍ୟ ପରିଶ୍ରମ, ଧୈର୍ଯ୍ୟ ଓ କଳ୍ପନାଶକ୍ତିର ଫଳରେ ସୃଷ୍ଟି ହୋଇଛି ୫୩ଟି ଅନନ୍ୟ ହସ୍ତନିର୍ମିତ କଳାକୃତି, ଯାହା ତାଙ୍କୁ India Book of Records ରେ ସ୍ଥାନ ଦେଇଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ମେଣ୍ଢାଖାଇ ଅଞ୍ଚଳର ନିବାସୀ ବିଜୟ ପେଶାରେ ଜଣେ ବାଇକ୍‌ ମିସ୍ତ୍ରୀ। ଖରାପ ବାଇକକୁ ନୂଆ ଜୀବନ ଦେବା ତାଙ୍କ ପେଶା ହେଲେ ମଧ୍ୟ, ତାଙ୍କର ନିଜସ୍ୱ ନିଶା ହେଉଛି ସୃଜନଶୀଳ କଳା। ଖାଲି ସମୟକୁ ନଷ୍ଟ ନକରି ସେ ନଡ଼ିଆ ସଢ଼େଇ ଖୋଳରୁ ବିଭିନ୍ନ ଆକର୍ଷଣୀୟ ଓ ସୂକ୍ଷ୍ମ କଳାକୃତି ତିଆରି କରିଥାନ୍ତି। ତାଙ୍କ ହାତର ସ୍ପର୍ଶରେ ଅଦରକାରୀ ବସ୍ତୁ ମଧ୍ୟ ଜୀବନ୍ତ ରୂପ ନେଇଥାଏ। ତାଙ୍କ ତିଆରି କଳାକୃତିମାନଙ୍କ ମଧ୍ୟରେ ଫାଇଟର ଜେଟ୍‌ର ଆକୃତି, ଭାରତର ମାନଚିତ୍ର, ଡାକଟା ବିମାନ, ଛୋଟ ଗଣେଶ ଓ ଜଗନ୍ନାଥଙ୍କ ମୂର୍ତ୍ତି, ଶୋଭାବର୍ଦ୍ଧକ ଫୁଲଦାନି, ଆଇନା ସହିତ ଚନ୍ଦ୍ରଯାନ–୩ ର ମଡେଲ୍‌ ସହିତ ଅନେକ ଅନନ୍ୟ କଳାକୃତି ରହିଛି। ପ୍ରତ୍ୟେକ କଳାକୃତିରେ ତାଙ୍କ ସୃଜନଶୀଳତା, ଧୈର୍ଯ୍ୟ ଓ ଅସୀମ ପ୍ରୟାସର ଅଲଗା ଛାପ ଦେଖିବାକୁ ମିଳେ। ବିଜୟ କୁମାର କମିଳା କହିଛନ୍ତି, “ମୁଁ କର୍ମ ଉପରେ ବିଶ୍ୱାସ କରେ। ନିଷ୍ଠା ଓ ପରିଶ୍ରମ ଥିଲେ ସଫଳତା ନିଶ୍ଚୟ ଦିନେ ନା ଦିନେ ଆସିଥାଏ।” ତାଙ୍କ ଏହି ସଫଳତା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ପରିବାର ଓ ଅଞ୍ଚଳବାସୀ ମଧ୍ୟରେ ଖୁସିର ମହଲ ଦେଖିବାକୁ ମିଳିଛି। ବିଜୟଙ୍କ ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ ଗୌରବ ନୁହେଁ; ଏହା ଓଡ଼ିଶାର ଲୋକକଳା, ପାରମ୍ପରିକ ଶିଳ୍ପ ଓ ସୃଜନଶୀଳତାକୁ ଦେଶ ଓ ବିଶ୍ୱ ସମ୍ମୁଖରେ ଉଚ୍ଚ ସ୍ଥାନରେ ପହଞ୍ଚାଇଛି। ସାଧାରଣ ବସ୍ତୁରେ ମଧ୍ୟ ଅସାଧାରଣ ସମ୍ଭାବନା ଲୁଚିଥାଏ ବୋଲି ସେ ତାଙ୍କ କଳାରେ ପ୍ରମାଣ କରିଛନ୍ତି। ନିଶ୍ଚୟ ଭାବେ ବିଜୟ କୁମାର କମିଳାଙ୍କ ଏହି ଐତିହାସିକ ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଦେବ ଏବଂ ଓଡ଼ିଶାର ଶିଳ୍ପ ପରମ୍ପରାକୁ ନୂଆ ଦିଗ ଦେଖାଇବ। ତାଙ୍କ ଅଦ୍ଭୁତ କଳାସୃଷ୍ଟି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଅଧ୍ୟାୟ ହିସାବରେ ସଦା ସ୍ମରଣୀୟ ହୋଇ ରହିବ।

    Share. Facebook Twitter WhatsApp

    Related Posts

    ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାର ::

    April 7, 2026 ଆଜିର ଖବର

    ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ::

    April 7, 2026 ଆଜିର ଖବର

    ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ ସନ୍ଧ୍ୟା : ଛାନ୍ଦ ଓ ଚମ୍ପୂ ଓଡ଼ିଆ ସ୍ୱାଭିମାନର ପ୍ରତୀକ ::

    April 7, 2026 ଆଜିର ଖବର

    ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::

    April 7, 2026 ଆଜିର ଖବର

    ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::

    April 7, 2026 ଆଜିର ଖବର

    ବିଜେପିର ୪୭ତମ ସ୍ଥାପନା ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ‘ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ’ ଅନୁଷ୍ଠିତ ::

    April 7, 2026 ଆଜିର ଖବର

    ପରିବା ବର୍ଜ୍ୟରୁ ଉତ୍ପାଦନ ହେବ ଉର୍ଜା ::

    April 7, 2026 ଆଜିର ଖବର

    ପକ୍ଷାଘାତରେ ପୀଡ଼ିତ ଶିକ୍ଷକ ଙ୍କ , କୂଅ ରେ ପଡି ମୃତ୍ୟୁ ::

    April 6, 2026 ଆଜିର ଖବର

    ନିଜକୁ ଖରାଦିନେ ରଖନ୍ତୁ ସୁସ୍ଥ :

    April 6, 2026 ଆଜିର ଖବର

    ଆମ ପୋଷାକ ଆମ ପରିଚୟ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ ଟେକ୍ନୋଲୋଜିରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ ::

    April 6, 2026 ଆଜିର ଖବର

    ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ ::

    April 6, 2026 ଆଜିର ଖବର

    ଆରମ୍ଭ ହୋଇଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ ସ୍ୱଗଫି ::

    April 6, 2026 ଆଜିର ଖବର
    Watch YouTube

    You May Like

    ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ ::

    April 7, 2026

    ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାର ::

    April 7, 2026

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ::

    April 7, 2026

    ଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ::

    April 7, 2026

    ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ::

    April 7, 2026

    ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ ସନ୍ଧ୍ୟା : ଛାନ୍ଦ ଓ ଚମ୍ପୂ ଓଡ଼ିଆ ସ୍ୱାଭିମାନର ପ୍ରତୀକ ::

    April 7, 2026

    ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::

    April 7, 2026

    ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ::

    April 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.