କଟକ: 1.4.2026 :: ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟେଇ ଶେଷରେ କଂଗ୍ରେସ ହାଇକମାଣ୍ଡ ସାନ୍ତାୟନ ମିଶ୍ର ଙ୍କ ଉପରେ ଭରସା କରି କଟକ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ମିଶ୍ର ଏହା ପୂର୍ବରୁ ପିସିସି ସମ୍ପାଦକ ସହ ବିଭିନ୍ନ ସମୟରେ ବହୁ ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରିଛନ୍ତି । ସାନ୍ତାୟନ ମିଶ୍ର ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଘନିଷ୍ଠ ସହଯୋଗୀ ରମାକାନ୍ତ ମିଶ୍ର ଙ୍କ ପୁତ୍ର । କଂଗ୍ରେସ ଦଳ ସହିତ ଶୃଙ୍ଖଳିତ ଭାବରେ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଥିଲେ । ସାନ୍ତାୟନ ମିଶ୍ର ଙ୍କୁ କଟକ ନଗର(ଜିଲ୍ଲା)କଂଗ୍ରେସ ର ସଭାପତି ଭାବେ ନିଯୁକ୍ତି ମିଳୁ ଥିବାରୁ କଟକ ସହରରେ କଂଗ୍ରେସ କର୍ମୀମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।ଶ୍ରୀ ମିଶ୍ର ଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ କଟକ ନଗର କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା,ବ୍ଲକ୍ କଂଗ୍ରେସ ସଭାପତି ଜ୍ଞାନେଶୁ ନାୟକ, ଅଲେଖ ଚନ୍ଦ୍ର ବେହେରା,ପିସିସି ମିଡିଆ ପାନେଲିଷ୍ଟ ଅମ୍ରିତା ଦାସ, ପ୍ରାକ୍ତନ ନଗର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ପ୍ରଧାନ,କଟକ ନଗର ଯୁବ କଂଗ୍ରେସ ସଭାପତି ବିପ୍ଳବ ଶିଳାଦିତ୍ୟ,ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ,ବିଶିଷ୍ଟ ଛାତ୍ରନେତା ହରିଶଙ୍କର ରାଉତ୍ ଓ ଫେଲୁ ପଟ୍ଟନାୟକ ପ୍ରମୁଖ ଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ନେତୃତ୍ୱରେ କଟକ ସହରରେ କଂଗ୍ରେସ ତୃଣମୂଳ ସ୍ତରରୁ ଅଧିକ ସଶକ୍ତ,ସଂଗଠିତ ଓ ମଜବୁତ୍ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।ଏହି ନିଯୁକ୍ତି ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ,ପ୍ରଭାରୀ ଅଜୟ କୁମାର ଲଲୁ,ଅଖିଳ ଭାରତ କଂଗ୍ରେସ କମିଟି ସଂଗଠନ ସମ୍ପାଦକ ଶ୍ରୀ କେ.ସି. ବେଣୁଗୋପାଳ ଜୀ,ରାଷ୍ଟ୍ରୀୟ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଓ ସର୍ବୋପରି କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଚର୍ଚ୍ଚା news







