ପାକିସ୍ତାନର ପେଶାୱରରେ ଥିବା ନିଜର ମହାବାଣିଜ୍ୟ ଦୂତାବାସ(କନସୁଲେଟ୍ ଜେନେରାଲ)କୁ ବନ୍ଦ କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଘୋଷଣା କରିଛି। ବୈଦେଶିକ ବିଭାଗ କହିଛି ଯେ, ପେଶାୱର କନସୁଲେଟ୍ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ ।
BY-SUBHASMITA-DT_4.5.2026
ପାକିସ୍ତାନର ପେଶାୱରରେ ଥିବା ଆମେରିକୀୟ କନସୁଲେଟ୍ ଜେନେରାଲକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଟ୍ରମ୍ପ ପ୍ରଶାସନର ଘୋଷଣା । କର୍ମଚାରୀଙ୍କ ସୁରକ୍ଷା ଓ ସମ୍ବଳର ସଠିକ୍ ବ୍ୟବହାରକୁ ଏହି ନିଷ୍ପତ୍ତିର ମୂଳ କାରଣ ବୋଲି କହିଛି ଆମେରିକୀୟ ବୈଦେଶିକ ବିଭାଗ ।
ଇସଲାମାବାଦକୁ ସ୍ଥାନାନ୍ତର ହେବଦାୟିତ୍ୱ ପେଶାୱର କନସୁଲେଟ୍ର ସମସ୍ତ କୂଟନୈତିକ ଦାୟିତ୍ୱ ଏବେ ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସକୁ ହସ୍ତାନ୍ତର କରାଯିବ । ଖାଇବର ପଖତୁନଖ୍ୱା ଅଞ୍ଚଳ ସହିତ ଆମେରିକାର ସମ୍ପର୍କ ମଧ୍ୟ ଏହି ଦୂତାବାସ ମାଧ୍ୟମରେ ପରିଚାଳିତ ହେବ ।ଆମେରିକା ସ୍ପଷ୍ଟ କରିଛି ଯେ, ପାକିସ୍ତାନ ପ୍ରତି ତାଙ୍କର ରଣନୈତିକ ଓ କୂଟନୈତିକ ପ୍ରାଥମିକତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ପେଶାୱରରୁ କାର୍ଯ୍ୟାଳୟ ବନ୍ଦ ହେଲେ ମଧ୍ୟ ଇସଲାମାବାଦ, କରାଚୀ ଓ ଲାହୋରରେ ଆମେରିକୀୟ ଉପସ୍ଥିତି ଜାରି ରହିବ । ୭୫ଲକ୍ଷଡଲାରସଞ୍ଚୟଆକଳନଷ୍ଟେଟ୍ ଡିପାର୍ଟମେଣ୍ଟ କଂଗ୍ରେସକୁ ସୂଚନା ଦେଇଛି ଯେ, ପେଶାୱର କନସୁଲେଟ୍ ବନ୍ଦ ହେଲେ ପ୍ରତିବର୍ଷ ପ୍ରାୟ ୭୫ ଲକ୍ଷ ଆମେରିକୀୟ ଡଲାର ସଞ୍ଚୟ ହେବ । ଏହା ସହିତ ଆମେରିକାର ରଣନୈତିକ ସ୍ୱାର୍ଥ ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ ବୋଲି ମତ ପ୍ରକାଶ କରାଯାଇଛି ।
ଚର୍ଚ୍ଚା news












