ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ ୪ ତାରିଖରେ ସାମିଲ ହେବେ ମୁ୍ଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୩ ତାରିଖରୁ ୫ ତାରିଖ ଯାଏ ପୁରୀରେ ଆୟୋଜିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ।
ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ ୪ ତାରିଖରେ ସାମିଲ ହେବେ ମୁ୍ଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୩ ତାରିଖରୁ ୫ ତାରିଖ ଯାଏ ପୁରୀରେ ଆୟୋଜିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଇଜିପ୍ଟ, ୟୁଏଇ, ଇଥିଓପିଆ, ଇରାନ ଓ ଇଣ୍ଡୋନେସିଆର ପ୍ରତିନିଧି ଏଥିରେ ଯୋଗଦେବେ। ଏହା ସହ ୧୦ ରାଜ୍ୟର ପ୍ରତିନିଧି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତୀୟ ସମ୍ମିଳନୀରେ ବିପର୍ୟ୍ୟୟ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବ ଓଡ଼ିଶା। ଜୁନ ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି, ବାତ୍ୟା ପରିଚାଲନା ପାଇଁ ଓଡ଼ିଶାକୁ ଆୟୋଜକ ଭାବେ ବଛାଯାଇଛି। ଏଥିରେ ଅନେକ ନୀତି ନିର୍ଦ୍ଧାରକ ଅଂଶ ଗ୍ରହଣ କରିବେ। ପରିଚାଳନା, ଭିତ୍ତିଭୂମି, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ଏଵଂ ପାରମ୍ପରିକ ଜ୍ଞାନର ସମନ୍ୱୟ ଭଳି ପ୍ରସଙ୍ଗରେ ଆଲୋଚନା ହେବ। ଗୋଷ୍ଠୀ ଭିତ୍ତିକ ପରିଚାଲନା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଦ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି, ପ୍ରକୃତ ଆଧାରିତ ଏବଂ ସ୍ୱଦେଶ ସମାଧାନ, ନୂତନ ଜ୍ଞାନ କୌଶଳ ଭଳି ଇଭେଣ୍ଟ ରହିଛି। ଓଡ଼ିଶା ପାଇଁ ଏହି କାର୍ଯ୍ୟକ୍ରମ ଏଥିପାଇଁ ଗୁରୁତ୍ୱ ରଖୁଛି କାରଣ, ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବ ଓଡ଼ିଶା। ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ନେତୃତ୍ବର ସ୍ଥାନ ପ୍ରଦାନ କରିବା ସହ ଅନ୍ତର୍ଜାତୀୟ ସହଯୋଗ ଏବଂ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତିକୁ ଆହୁରି ସମୃଦ୍ଧ କରିବ।
ଚର୍ଚ୍ଚା news












