ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶଙ୍କ ସାଂଘାତିକ ଅଭିଯୋଗ । ପୁରୁଣା ମାମଲା ହଟାଇବାକୁ ଚାପ ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ନୂଆ ଅଭିଯୋଗ ସାମ୍ନାକୁ ଆସିଛି ।
ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶଙ୍କ ସାଂଘାତିକ ଅଭିଯୋଗ । ପୁରୁଣା ମାମଲା ହଟାଇବାକୁ ଚାପ ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନା ଆଇଆଇସିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦେଇ, ପୂର୍ବରୁ ଦାଖଲ କରିଥିବା ଅଭିଯୋଗ ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ଓ ଧମକ ଦିଆଯାଉଥିବା ଦାବି କରିଛନ୍ତି । ଅଭିଯୋଗପତ୍ର ଅନୁସାରେ, ଅଭିଯୁକ୍ତ ସୁଜିତ କୁମାର ରାଉଳ ନିଜର ବିଭାଗୀୟ ଓ ବାହ୍ୟ ସମ୍ପର୍କ ବ୍ୟବହାର କରି ତାଙ୍କୁ ପୂର୍ବ ଅଭିଯୋଗ ହଟାଇବା ପାଇଁ ରାଜି କରାଇବାକୁ ଚେଷ୍ଟା କରୁଥିବା ସେ ଦାବି କରିଛନ୍ତି ।
ଚିଠିରେ ଆହୁରି କୁହାଯାଇଛି ଯେ, ଅଭିଯୋଗ ପ୍ରତ୍ୟାହାର କଲେ ପୁନଃନିଯୁକ୍ତି କିମ୍ବା ପୋଷ୍ଟିଂ ସମ୍ପର୍କିତ କିଛି ବିଭାଗୀୟ ସୁବିଧା ବିଚାର କରାଯିବ ବୋଲି କୁହାଯାଇଛି । ତେବେ ସେ କୌଣସି ବ୍ୟକ୍ତିଗତ କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ପୂର୍ବ ଅଭିଯୋଗ କରିନଥିବା ସ୍ପଷ୍ଟ କରିଛନ୍ତି । ମାମଲାର ତଦନ୍ତ ନିରପେକ୍ଷ ଭାବେ ହେବା ସହ ଘଟଣା ସମ୍ପର୍କରେ ଆଇନସମ୍ମତ ପଦକ୍ଷେପ ନେବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି । ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ନିଜ ପାଖରେ ଥିବା ସମ୍ପର୍କିତ ଦଲିଲ ଓ ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କୁ ଦେବେ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ସୁଜିତ କୁମାର ରାଉଳଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ନେଇ ଥାନାରେ ଅଭିଯୋଗ କରିଥିଲେ ସନ୍ତୋଷିନୀ ।
ଚର୍ଚ୍ଚା tv












