ଉଦଳା – (ରାଜୀବ କୁମାର ବେହେରା ) – ଗାଁ ରେ ଜଙ୍ଗଲୀ ଭାଲୁ ଆତଙ୍କ ଦେଖିବାକୁ ମିଳିଛି l ମୟୁରଭଞ୍ଜରେ ବଣୁଆ ଭାଲୁ ଆତଙ୍କ। କପ୍ତିପଦା ବନବିଭାଗ ଅଧୀନସ୍ଥ କୋଚିଳାଡିହା ଗ୍ରାମପଞ୍ଚାୟତର ଧନୁସାହି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ। ଘଟଣା ପରେ ଗାଁରେ ଭୟର ପରିବେଶ। ମହିଳାଙ୍କ ହାତକୁ କାମୁଡି ହାଡ କଲା ଗୁଣ୍ଡା l ହଁ ଆଜ୍ଞା
ଧନୁସାହି ଗ୍ରାମରେ ବଣୁଆ ଭାଲୁ ହଠାତ୍ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁସାରେ, ଏକାକୀ ରହୁଥିବା ଅସହାୟ ମହିଳା ଲକ୍ଷ୍ମୀ ସିଂ ଘର ନିକଟରେ ବାହାରକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ପଳାଇବା ଚେଷ୍ଟା ସତ୍ତ୍ୱେ ସେ ଗୁରୁତର ଆହତ ହୋଇଥିଲେ।
ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଧାଇଁ ଆସି ଭାଲୁକୁ ଘୋଉଡ଼ାଇଥିଲେ। ଗ୍ରାମବାସୀଙ୍କୁ ଦେଖି ଭାଲୁଟି ସ୍ଥଳ ଛାଡ଼ି ପଳାଇଯାଇଥିଲା। ଘଟଣା ପରେ ସମଗ୍ର ଗାଁ ଭୟଭୀତ।
ଖବର ପାଇ କପ୍ତିପଦା ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଆହତ ମହିଳାଙ୍କୁ ଉଦଳା ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର।
“ଗାଁରେ ଭାଲୁ ଆତଙ୍କ। ଅସହାୟ ମହିଳାଙ୍କୁ ସରକାରୀ ସହାୟତା ଦିଆଯାଉ।”
ଘଟଣା ପରେ ଧନୁସାହି ଗ୍ରାମରେ ଭୟର ପରିବେଶ। ବନବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ ନଜର ରଖାଯାଇଛି ଏବଂ ଘୋଉଡ଼ାଇବା ପ୍ରୟାସ ଜାରି। ଅନ୍ୟପଟେ ଗ୍ରାମବାସୀମାନେ ତୁରନ୍ତ କ୍ଷତିପୂରଣ ଓ ସରକାରୀ ସହାୟତା ଦାବି କରୁଛନ୍ତି।
ଭାଲୁ ଆତଙ୍କ ନେଇ ଗ୍ରାମବାସୀ ଚିନ୍ତିତ। ପ୍ରଶାସନ ଓ ବନବିଭାଗର ପଦକ୍ଷେପ ଉପରେ ସମସ୍ତଙ୍କ ନଜର।
ବଣୁଆ ଭାଲୁ ଆତଙ୍କ: ଆକ୍ରମଣରେ ମହିଳା ଗୁରୁତର, ସରକାରୀ ସହାୟତା ଦାବି
By Charcha News











