ମାଲକାନାଗିରି ୧୮/୦୮/୨୫ସାମ୍ୱାଦିକ ମାନସ୍ ନେତାମ୍ ଚର୍ଚ୍ଚା
ମାଲକାନ ଗିରି ଜିଲ୍ଲାରେ ପ୍ରବଳ ବର୍ଷା । ବର୍ଷା ପାଣିରେ ବୁଡିଲା ପୋଲ। ୩୨୬ ନମ୍ବର ଯାତିୟ ରାଜପଥ ପଥରେ ଅଟକି ରହିଛି ଆମ୍ବୁଲାନ୍ସ , ବସ୍ , ଟ୍ରକ ଓ ବହୁ ଛୋଟୋମୋଟୋ ଗାଡି । ମାଲାକାନଗିରିରୁ ମୋଟୁ ସମେତ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ।
ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଯାତିୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲୋ ଉପରେ ଚାଲିଛି ୨ଫୁଟର ପାଣି । ଅତ୍ୟାଧିକ ବର୍ଷା ଯୋଗୁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥୂବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେ ହେଉଥିବା ଦେଖିବାକୁ ମିଳିଛି । ବନ୍ୟା ପାଣିରେ ପୋଲ ବୁଡ଼ି ଯାଇଛି। ପୋଲ ଉପରେ ୨ରୁ୩ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଙ୍ଗୁରୁକୋଣ୍ଡା , ଏମ୍ ଭି ୯୦ ନମ୍ବର ପୋଲୋ ଓ କନ୍ୟା ଆଶ୍ରମ ପୋଲ ଉପରେ ପାଣି ଚାଲିଥିବା ବେଳେ , ପଟେରୁ ପୋଲ ଉପରେ ଉପରେ ଦୁଇ ରୁ ତିନି ଫୁଟର ପାଣି ପ୍ରାବାହିତ ହଉଛି। କାଲିମେଳା ପୁଲିସ କର୍ମଚାରୀମାନେ ପୋଲ ପାର ହେବାକୁ ଲୋକଙ୍କୁ ବାରଣ କରୁଛନ୍ତି। ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ଦଉଡି ବନ୍ଧାଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି। ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନ ନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।











