ପ୍ରଶାନ୍ତ ରାଉଳ
କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ବାଙ୍କୁଡା ଜିଲ୍ଲା ସ୍ଥିତ ବିଷ୍ଣୁପୁର ପଞ୍ଚେତ ବନ ଡିଭିଜନର ବାଙ୍କଡାହ ରେଞ୍ଜର ପଚଡାହାରା ଗାଁ ନିକଟରେ ରାସ୍ତା କଡ଼ରେ ଏକ ଚିତାବାଘ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତ କାଲି ରାତିରେ ସ୍ଥାନୀୟ ବାସିନ୍ଦା ବିଷ୍ଣୁପୁର-ଜୟରାମବତୀ ରାସ୍ତା କଡ଼ରେ ଜଙ୍ଗଲ କଡ଼ରେ ବାଘଟି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ରାତିରେ ପହଞ୍ଚି ମୃତ ବାଘଟିକୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ନେଇଯାଇଥିଲେ।
ବନ ବିଭାଗର ପ୍ରାରମ୍ଭିକ ଅନୁମାନ ଯେ ଗାଡ଼ି ଧକ୍କା ଦେବାରୁ ଚିତାବାଘର ମୃତ୍ୟୁ ହୋଇଛି। ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ରାସ୍ତା କଡ଼ରେ ଚିତାବାଘର ହଠାତ୍ ମୃତ୍ୟୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।











