ରାୟଗଡା /ରବିନ୍ଦ୍ର ନାଥ ମହାପାତ୍ର:-
ପାର୍ବଣ ଆସିଲେ ଚଳଚଞ୍ଚଳ ହୋଇ ଉଠେ ସମସ୍ତ ଶକ୍ତି ପୀଠ।ଏଇ ଯେମିତି ରାୟଗଡା ଜିଲ୍ଲା ପଦ୍ମପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ଖିଲାମୁଣ୍ଡା ଠାକୁରାଣି ଙ୍କ ପୀଠ।ଏହି ପିଠରେ ମାଆ ଙ୍କ ର ଚୈତ୍ରପର୍ବ ସହ ଦଶହରା ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ।ବିଶେଷ କରି ଦଶହରା ନବରାତ୍ରରେ ଏଠାରେ ମାଆ ଙ୍କ ପାଖରେ ମାନସିକ କରି ପୂଜାର୍ଚ୍ଚାନାକଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ଅଛି।ମହା ଅଷ୍ଟମୀରେ ଏଠାରେ ମା ଦକ୍ଷିଣ କାଳୀ ଙ୍କୁ ସ୍ଥାପନା କରାଯାଇଛି।ଏହି ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।
ବାଜୁଛି ମାଆ ଙ୍କ ପାରମ୍ପରିକ ବାଜା।ପୂଜକ ଙ୍କ ମନ୍ତ୍ର ପାଠରେ କମ୍ପୁଛି ପରିବେଶ।ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ପଦ୍ମପୁରର ଆରଧ୍ୟ୍ୟ ଦେବୀ ମାଆ ଖିଲାମୁଣ୍ଡା ଠାକୁରାଣୀଙ୍କ ପୀଠ।ପ୍ରତିବର୍ଷ ଭଳି ଚଳିତ ବର୍ଷମଧ୍ୟ ଏଠାରେ ଦଶହରା ନବରାତ୍ରୀ ପୂଜା ପାଳନ ହୋଇଛି।ଏହି ନବରାତ୍ର ରେ ମାଆ ଙ୍କ ପାଖରେ ଷୋଡଶ ପୂଜା,ହୋମଯଞ୍ଜ,ଚଣ୍ଡିପାଠ ହୋଇଥାଏ।ମହାଅଷ୍ଟମୀରେ ମନ୍ଦିର ପରିସରରେ ମାଆ ଦକ୍ଷିଣ କାଳୀଙ୍କୁ ସ୍ଥାପନା କରାଯାଇଛି।ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ପୂଜାର୍ଚ୍ଚାନା ହୋଇଥିଲା।ନବମୀ ଦିନ ନବମୀ ପୂଜା ନବରାତ୍ର ପୂଜା ଉଦଯାପିତ ହେବ।ଦଶାହର ଦିନ ରୀତିନୀତି ଅନୁସାରେ ପୂଜା ହୋଇଥାଏ।ଏହି ପିଆଥରେ ବଳୀପ୍ରଥା ବନ୍ଦ କରାଯାଇଛି।ବିଧି ଅନୁସାରେ କେବଳ କଖାରୁ ,ଜହ୍ନି ବଳୀ ଦିଆଯଇଥାଏ ବୋଲି ପୂଜକ ସୁଚନା ଦେଇଥିଲେ।
ମାଆ ଖିଲାମୁଣ୍ଡା ଦେବୀଙ୍କ ପୀଠରେ ପ୍ରତିଦିନ ସଂନ୍ଧ୍ୟା ଆଳତୀ ଦର୍ଶନ କରିବାକୁ ଅନେକ ଭକ୍ତଙ୍କ ଭିଡ ଜମିଥାଏ।ଶଙ୍ଖ, ହୁଳ ହୁଳୀ ରେ କମ୍ପୁଛି ପରିବେଶ।ବିଶେଷ କରି ଅଞ୍ଚଳ କୁ ମହାମାରୀ ଦୈବ ଦୁର୍ବିପାକ ବେଳେ ମାଁ ଚାରିଦିଗରେ ଥାଇ ଅଞ୍ଚଳ କୁ ଆଡୁଆଲ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଦୁର ଦୁରାନ୍ତରୁ ଅନେକ ଭକ୍ତ ମାନେ ଆସି ମାଆ ଙ୍କୁ ଦର୍ଶନ କରି କୃପା ଲାଭ କରିଥାନ୍ତି।ପ୍ରତି ଦିନ ଭିଡ କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ମଧ୍ୟାହ୍ନରେ ଅନ୍ନଯଞ୍ଜହୋଇଥାଏ।ଦଶହରା ଦିନ ମାଆଙ୍କୁ ଦର୍ଶନ କରିବାକୁ ଏଠାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ।ରାତ୍ରୀ ସମୟରେ ପୁର୍ଣଆହୁତି ଦେଇ ନବରାତ୍ର ପୂଜାକୁ ଉଦଯାପିତ କରାଯିବ ବ୍ୟବସ୍ଥା ହୋଇଥାଏ।
ମାଆ ହେଉଛନ୍ତି ପ୍ରତକ୍ଷ ଦେଵୀ ଏଥିପାଇଁ ତ ଦୂରଦୂରାନ୍ତ ରୁ ଆସି ମାଁ ଙ୍କୁ ଦର୍ଶନ କରିବା ସହ କୃପା ଲାଭ ମଧ୍ୟ କରିଥାନ୍ତି ଆଉ ସେ ହେଉ ଛନ୍ତି ସାକ୍ଷାତ ଅନ୍ନପୂର୍ଣ୍ଣା ଦେବୀ।ଏଥିପାଇଁ ତ ଅଞ୍ଚଳ କୁ ଶସ୍ୟଶ୍ୟାମଳାରେ ପୂର୍ଣ୍ଣ କରିଥାନ୍ତି ବୋଲି ଚାଷୀ ଙ୍କ ବିଶ୍ୱାସ ରହିଛି।
ମାଆ ଖିଲାମୁଣ୍ଡା ଠାକୁରାଣୀଙ୍କ ପୀଠରେ ନବରାତ୍ର ପୂଜା…ମହା ଅଷ୍ଟମୀରେ ମାଆ ଦକ୍ଷିଣ କାଳୀ ଙ୍କୁ ସ୍ଥାପନା…ଅନେକ ଭକ୍ତ ଙ୍କ ସମାଗମ
By Charcha News











