ବାଲେଶ୍ୱର / ସୁବାଷ ମହାନ୍ତି:- ଜାତୀୟ ସ୍ତରରେ ବାଲେଶ୍ୱର ଯୁବକଙ୍କ କୃତିତ୍ୱ।ବାଲେଶ୍ୱର ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନରେ ସମ୍ବର୍ଦ୍ଧନା।ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଯୁବ ଉତ୍ସବ (VBYLD) ରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ଜିତି ବାଲେଶ୍ୱର ଜିଲ୍ଲାକୁ ଗୌରବାନ୍ବିତ କରିଥିବା ଶ୍ରୀ ବାଦଲ କୁମାର ନାୟକଙ୍କୁ ଆଜି ଜିଲ୍ଲା ପ୍ରଶାସନ ବାଲେଶ୍ଵର ରେଳ ଷ୍ଟେସନ ଠାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ବାଦଲଙ୍କୁ ସମ୍ମାନିତ କରି ତାଙ୍କର ଏହି ଜାତୀୟ ସ୍ତରର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।
ପୂର୍ବରୁ ବାଲେଶ୍ୱର ରେଳୱେ ଷ୍ଟେସନ୍ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସହ ବାଲେଶ୍ୱର କଲେଜ୍ ଅଫ୍ ଆର୍ଟସ୍ ଏଣ୍ଡ କ୍ରାଫ୍ଟସ୍ ର ଅଧ୍ୟାପକ ଓ କର୍ତ୍ତୃପକ୍ଷମାନେ ସ୍ନେହପୂର୍ଣ୍ଣ ଭାବେ ସ୍ୱାଗତ କରିଥିଲେ।ଜିଲ୍ଲା ପ୍ରଶାସନ ତାଙ୍କର ପ୍ରତିଭା, ସୃଜନଶୀଳତା ଓ ନିଷ୍ଠାକୁ ପ୍ରଶଂସା କରିବା ସହ ଏହି ସଫଳତା ଜିଲ୍ଲାର ଯୁବ କଳାକାରମାନଙ୍କ ପାଇଁ ପ୍ରେରଣା ସ୍ୱରୂପ ହେବ ବୋଲି ଆଶା ପ୍ରକାଶ କରିଛି।
ଯୁବକଙ୍କ କୃତିତ୍ୱ।ପ୍ରଶାସନର ସମ୍ବର୍ଦ୍ଧନା
By Charcha News












