BY-SUBHASMITA-DT-4.4.2026
ଭୁବନେଶ୍ୱର : DT-4.4.2026 :: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳୁ ସକାଳୁ ପିଲାମାନେ ସ୍କୁଲ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଡ ନିଷ୍ପତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି ।
ଭୁବନେଶ୍ଵର : DT-4.4.2026:: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳୁ ସକାଳୁ ପିଲାମାନେ ସ୍କୁଲ ଯାଉଥିବାର ଦେଖିବାକୁ ମିଳିଛି। ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଡ ନିଷ୍ପତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ତାତିର ପ୍ରକୋପ ବୃଦ୍ଧି ପାଇବାରୁ ମଧ୍ୟାହ୍ନ ସମୟକୁ ଏଡ଼ାଇବା ପାଇଁ ଏହି ସକାଳୁଆ ସମୟ ଧାର୍ଯ୍ୟ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ମଧ୍ୟ କରାଯାଇଛି |
ଆଜି ରାଜଧାନୀରେ ସମସ୍ତ ସ୍କୁଲ ଉତ୍ସବମୁଖର। ସମସ୍ତ ସ୍କୁଲରେ ଚାଲିଛି ପ୍ରବେଶ ଉତ୍ସବ। ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଲଗାଇ ଶିକ୍ଷକ ଶିକ୍ଷୟତ୍ରୀ ସ୍ବାଗତ ଜଣାଉଛନ୍ତି। ଆଗାମୀ ଗ୍ରୀଷ୍ମପ୍ରବାହ ଛୁଟି ପର୍ୟ୍ୟନ୍ତ ସକାଳୁଆ ପାଠପଢ଼ା ହେବ। ତେବେ ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ବିଦ୍ୟାଳୟ ପରିସରରେ ଥିବା ନଳକୂପର ମରାମତି କରାଯିବ। ପାଣି ପିଇବା ପାଇଁ ପିଲାମାନଙ୍କୁ କିଛି ସମୟ ବିରତି ଦିଆଯିବ। ସ୍କୁଲରେ ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖାଯିବ। ବିଦ୍ୟାଳୟ ବାହାରେ କାର୍ୟ୍ୟକ୍ରମକୁ କମ ଗୁରୁତ୍ବ ଦିଆଯିବ ।
ଚର୍ଚ୍ଚା news












