ବାଲେଶ୍ୱର/ସୁବାଷ ମହାନ୍ତି:- ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୩ ତାରିଖ ବାଲେଶ୍ୱର ଗସ୍ତ ପୂର୍ବରୁ ବାଲେଶ୍ୱର ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୩ ତାରିଖରେ ମହାମହିମ ରାଷ୍ଟ୍ରପତି ମହୋଦୟ।ଙ୍କ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ, ଏହି ଗସ୍ତ ପୂର୍ବରୁ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପ୍ରଶାସନିକ ଅଧିକାରୀମାନେ, ପୁଲିସ୍ ଅଧିକାରୀମାନେ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପକୁଳପତି, ରେଜିଷ୍ଟ୍ରାର ଏବଂ ସମସ୍ତ ସମ୍ପୃକ୍ତ ଲାଇନ୍ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।
ବୈଠକରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, ଯାତାୟାତ ବ୍ୟବସ୍ଥା, ଆୟୋଜନ ସ୍ଥଳର ପ୍ରସ୍ତୁତି ଏବଂ ବିଭାଗୀୟ ସମନ୍ୱୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ଜିଲ୍ଲାପାଳ ମହୋଦୟ ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସମନ୍ୱୟରେ କାର୍ଯ୍ୟ କରି ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସମୟ ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ବୈଠକ
By Charcha News











