ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର : ରାୟଗଡ଼ା ଜିଲ୍ଲା ପୋଲିସ ପାଳନ କରୁଛି ରାଷ୍ଟ୍ରୀୟ ଏକତା ଦିବସ।ଜିଲ୍ଲା ର ପ୍ରତି ଥାନାରେ ଏହି ଦିବସ ପାଳନ କରାଯାଉଛି।ଏହି ଅବସରରେ ପଦ୍ମପୁର ଥାନା ତରଫରୁ ମହା ମାନବ ଲୋହ ମାନବ ସର୍ଦ୍ଧାର ଭାଲବ ଭାଇ ଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ଏକ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ଜଗମଣ୍ଡା ଛକ ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଏକ ଗଣ ଦୌଡ ରେ କଲେଜ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।ବିଡ଼ିଓ କୁରେଶ ଜାନି ତହସିଲଦାର ଶଙ୍କର ବାଗ ଥାନା ଅଧିକାରୀ ଧରଣିଧର ପ୍ରଧାନ ପତାକା ଦେଖାଇବା ପରେ ଗଣ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ପରେ କଲେଜ ପରିସରରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।କୃତି ପ୍ରତିଯୋଗିତା ଙ୍କୁ ପୋଲିସ ପକ୍ଷ ରୁ ପୁରସ୍କୃତ କରାଯାଇଥିଲା।ତେବେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଅଖଣ୍ଡ ଭାରତର ପରିକଳ୍ପନା କୁ ସମ୍ମାନ ଜଣାଇ ଦେଶ ବାସି ଏକତା ଓ ଆତ୍ମନିର୍ଭରଶିଳ ଭାରତ ଗଠନ ରେ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୋଲିସ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଷ୍ଟ୍ରୀୟ ଏକତା ଦିବସ
By Charcha News











