ରାୟଗଡା/ ରବୀନ୍ଦ୍ର ନାଥ ମହାପାତ୍ର:- ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ରାୟଗଡା ଜିଲ୍ଲା ପଦ୍ମପୁର ଶ୍ରୀ କୃଷ୍ଣ ଚନ୍ଦ୍ର ମଠ ପରିସରରେ ଭବ୍ୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏଠାରେ ସାଧୁ ସନ୍ଥ ମାନେ ଯୋଗ ଦେଇ ରାଷ୍ଟ୍ରୀୟ ଏକତା କୁ ଜାଗ୍ରତ କରିବା ,ସନାତନ ଧର୍ମ ଓ ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ସହ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ଏହି ହିନ୍ଦୁ ସମ୍ମିଳନୀ ର ଲକ୍ଷ ବୋଲି କୁହାଯାଇଥିଲା।ଏହି ଅବସରରେ ଏଠାରେ ଆଜି ସକାଳ ୭ଟା ରୁ ୯ଟା ପର୍ଯ୍ୟନ୍ତ ନବ କୁଣ୍ଡ ଗାୟତ୍ରୀ ଯଜ୍ଞ ଅନୁଷ୍ଟିତ ହୋଇଥିଲା ଏହା ପରେ ସାଧୁ ସନ୍ଥ ଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ କୃଷ୍ଣ ଚନ୍ଦ୍ର ମଠ ପରିସରରେ ଥିବା ଦୋଳ ମଣ୍ଡପ ଠାରେ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ
ସ୍ୱାମୀ ନିଗମାନନ୍ଦ ସରସ୍ବତୀ, ଆଚାର୍ଯ୍ୟ ଚିନ୍ମୟ ମିଶନ,
ତ୍ରିପତି ମହାନ୍ତି,ରାଜ୍ୟ ଉପାଧ୍ୟକ୍ଷ, ଆଦିତ୍ୟ ବାହିନୀ,ଗୋବର୍ଧନ ମଠ, ପୁରୀ,ଆଚାର୍ଯ୍ୟ ନଳିନୀ କାନ୍ତ, ଅଦ୍ୱେତ ବେଦାନ୍ତ ଆଶ୍ରମ,ଗୁଣୁପୁର RSS ର ପ୍ରାନ୍ତବୌଦକ ପ୍ରମୁଖ ଅରୁଣ ନାୟକ ଏଠାରେ ଉପସ୍ଥିତ ରହିଥିଲେ।ହିନ୍ଦୁ ନବ ବର୍ଷ ପାଳନ ଅବସରରେ ପଦ୍ମପୁର ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ଙ୍କ ସହ ସମସ୍ତ ସଦସ୍ୟ ମାନେ ଉପସ୍ଥିତି ରହି ଏହି ସମ୍ମିଳନୀ କୁ ରହି ପରି ଚାଳନା କରିଥିଲେ।
ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
By Charcha NewsUpdated:












