ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ସମ୍ମୁଖରେ ଥିବା ଏକ ପୁରୁଣା ଗଛ ଅପ୍ରତ୍ୟାଶିତ ଭାବରେ ଭାଙ୍ଗି ପଡ଼ିବାରୁ ସୋମବାର ଅପରାହ୍ନ ରେ ଖପ୍ରାଖୋଲ ବିଡ଼ିଓ ଓ କର୍ମଚାରୀ ଅଳ୍ପ କେ ବର୍ତ୍ତିଛନ୍ତି। ସୂଚନା ଅନୁସାରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜ ସରକାରୀ ଗାଡ଼ି ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ନାଏକ ଓ ଅନ୍ୟ ଦୁଇଜଣ କର୍ମଚାରୀ ମହରାପଦର ରୁ ଅଭିଯୋଗ ଶୁଣାଣୀ ଶିବିର ଶେଷ କରି ଅପରାହ୍ନ ରେ ଫେରୁଥିବା ବେଳେ
ଥାନା ସମ୍ମୁଖ ରେ ଥିବା ଏକ ପୁରୁଣା ଗଛ ଅପ୍ରତ୍ୟାଶିତ ଭାବରେ ଭାଙ୍ଗି ଗାଡ଼ି ସମ୍ମୁଖରେ ଭାଙ୍ଗି ପଡ଼ିଥିଲା।ଯାହାଫଳରେ ଏକ ବଡ ଅଘଟଣ ରୁ ବିଡ଼ିଓ ସମେତ ଅନ୍ୟମାନେ ବର୍ତ୍ତି ଯାଇଥିଲେ। ଗଛଟି ବିଦ୍ୟୁତ୍ ତାର ଉପରେ ପଡିବାରୁ କରେଣ୍ଟ ମଧ୍ୟ ଚାଳି ଯାଇଥିଲା। ଏହା ପରେ ବିଡ଼ିଓ ଅଗ୍ନିଶମ ବିଭାଗ କୁ ଖବର ଦେଲା ପରେ ବିଦ୍ୟୁତ୍ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଗଛ କାଟି ସଫାକରିଥିଲେ। ଏହି ଅବସରରେ ଅଗ୍ନିଶମ ଅଧିକାରୀ ଜୟ ଗୋପାଳ ପଣ୍ଡା, ଥାନା ଅଧିକାରୀ ନରେନ୍ଦ୍ର ଛତର, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ସୌମ୍ୟ କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗଛ କାଟିଲା ପରେ ଗାଡ଼ିଚଲାଚଳ ସ୍ବାଭାବିକ ହୋଇଥିଲା।
ରାସ୍ତା ଉପରେ ପଡିଲା ଗଛ : ଅପକେ ବର୍ତ୍ତିରେ ବିଡିଓ
By Charcha News











