ରାୟଗଡା
ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡା ଜିଲ୍ଲାରେ ବାତ୍ଯା ମୋନ୍ଥାର ସାମାନ୍ଯ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର କିଛି କିଛି ସ୍ଥାନରେ ସାମାନ୍ଯ ଝିପି ଝିପି ବର୍ଷା ହୋଇଥିବା ବେଳେ। ଅନ୍ଯପଟେ ବାତ୍ଯା କୁ ନେଇ ଜିଲ୍ଲା ପ୍ରଶାସନ ବେଶ୍ ସଜାଗ ଥିବା କୁହାଯାଇଛି। ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାର ଙ୍କ ସମେତ ଅନ୍ଯ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିର୍ଦେଶ ଦେଇଛନ୍ତି। ଭୂସ୍କଳନ ସମ୍ଭାବ୍ଯ ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ କୁ ସତର୍କ କରାଯାଇଛି। ସେହିପରି ଆଜି କଟକରୁ ଏକ ଏନଡିଆରଏଫ୍ ଟମ୍ ସଂନ୍ଧ୍ଯା ସୁଦ୍ଧା ରାୟଗଡା ରେ ଆସି ପହଞ୍ଚିବ ବୋଲି କୁହାଯାଇଛି। ଯେଉଁ ଟିମ୍ ରେ ତିନି ଜଣ ଅଧିକାରୀଙ୍କ ସମେତ 33ଜଣ ଯବାନ ରହିଛନ୍ତି। ଅନ୍ଯପଟେ ଗର୍ଭବତୀ ମାନଙ୍କୁ ମଧ୍ଯ ମାଁ ଗୃହ ଓ ପାଖ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ରାୟଗଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋଜ କୁମାର ନାହାକ ସୂଚନା ଦେଇଛନ୍ତି।
ରାୟଗଡା ଜିଲ୍ଲାରେ ବାତ୍ଯା ମୋନ୍ଥାର ସାମାନ୍ଯ ପ୍ରଭାବ ଦେଖିବାକୁ ମିଳିଛି
By Charcha NewsUpdated:











