ରାୟଗଡ଼ା /ରବୀନ୍ଦ୍ର ନାଥ ମହାପାତ୍ର: ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ।ଏହି ପରିଦର୍ଶନ ରେ ପ୍ରଥମେ କରଡା ଗ୍ରାମ କୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ।ପରେ ଖାମ୍ବାଗୁଡ଼ା ରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ଗୋଲାପ ବଗିଚା , ରମାନାଗୁଡ଼ା ଇ ଲାଇବ୍ରେରୀ,ଗୋସାଇଁ ଗୁଲୁମୁଣ୍ଡା ରେ ଇଣ୍ଡଷ୍ଟ୍ରିଆଲ ପାର୍କ ,ନିଳକଣ୍ଠପୁର ରେ ସ୍ଵଂୟ ସହାୟିକ ସଦସ୍ୟା ଙ୍କ ଦ୍ଵାରା ମଲ୍ଲି ଫୁଲ ବଗିଚା, ଗଦଗଦା ଜଳ ପ୍ରପାତ , କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ, କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ, ଓମଡିଂ ରେ ନିର୍ମାଣଧିନ ପୋଲ, ଗଟା ରେ ଡ୍ରାଗନ ଫଳ ଚାଷ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ। ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହ ଗୋଲାପ ଚାଷ କରୁଥିବା ସଦସ୍ୟା ଙ୍କୁ ଦେଶୀ ଗୋଲାପ ଚାଷ କରି ସେଥିରୁ ଗୋଲାପ ଜଳ ପ୍ରକ୍ରିୟା କରଣ ୟୁନିଟ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ୍ ,ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ବିପିସି ସନ୍ତୋଷ ରତ୍ନାଲୁ ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡ ଜିଲ୍ଲାପାଳଙ୍କ ବ୍ଲକ ପରିଦର୍ଶନ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
By Charcha News











