ସ୍ୱାଧୀନତା ଦିବସର ସକାଳେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ । ଲାଲକିଲ୍ଲା ଯିବା ପୂର୍ବରୁ ଗାଈ ଓ ମୟୂରଙ୍କୁ ଖାଦ୍ୟ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ମୁହୂର୍ତ୍ତର ଭିଡିଓ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।
ସ୍ୱଧତଦର ସକାଳେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ । ଲାଲକିଲ୍ଲା ଯିବା ପୂର୍ବରୁ ଗାଈ ଓ ମୟୂରଙ୍କୁ ଖାଦ୍ୟ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ମୁହୂର୍ତ୍ତର ଭିଡିଓ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓରେ ଦେଖିବାକୁ ମିଳିଛି, ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସକାଳ ସମୟରେ ମୋଦୀ ଗାଈ ଓ ମୟୂରଙ୍କ ନିକଟକୁ ଯାଇ ସେମାନଙ୍କୁ ଖାଦ୍ୟ ଖୁଆଉଛନ୍ତି । ପ୍ରକୃତି ଓ ପଶୁପକ୍ଷୀଙ୍କ ସହ ତାଙ୍କର ଏହି ସରଳ ମୁହୂର୍ତ୍ତ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।
ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବା ପୂର୍ବରୁ ଏଭଳି ଶାନ୍ତ ପରିବେଶରେ ଦିନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ପରେ ସେ ଲାଲକିଲ୍ଲାରେ ପହଞ୍ଚି ସ୍ୱାଧୀନତା ଦିବସର ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଗାଈ ଓ ମୟୂରମାନଙ୍କୁ ତାଙ୍କର ‘ବନ୍ଧୁ’ ବୋଲି ଉଲ୍ଲେଖ କରିଥିବା ଜଣାପଡ଼ିଛି । ଜାତୀୟ ପର୍ବର ଗମ୍ଭୀର କାର୍ଯ୍ୟକ୍ରମ ପୂର୍ବରୁ ମୋଦୀଙ୍କ ଏହି ନିଆରା ସକାଳର ଝଲକ ଏବେ ଚର୍ଚ୍ଚାର ବିଷୟ ।
ଚର୍ଚ୍ଚା tv












