ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଧୀରେ ଧୀରେ କାୟା ବିସ୍ତାର କରୁଛି ସାଇବର ଅପରାଧ। ଏଥିପାଇଁ ରବିବାର ରାୟଗଡ଼ା ବିଜୁ ପଟ୍ଟନାୟକ ଅଡିଟରୀୟମ ପରିସରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣୀ ଏସ ପି ଯୋଗ ଦେଇ ଲୋକଙ୍କୁ ସଚେତନତା କରିଥିଲେ।ଏସ ପି କହିଥିଲେ ସଚେତନତା ହିଁ ସାଇବର କ୍ରାଇମ୍ କୁ ରୋକି ପରିବା।ବିଶେଷ କରି ବରିଷ୍ଠ ନାଗରିକ,ଯୁବକ ଅନେକ ମହିଳା ମାନେ ମଧ୍ୟ ଏହି ସାଇବର ଠକେଇ ର ଶିକାର ହୋଇଥାନ୍ତି।ତେବେ ରବିବାର ରାତି ୭ଟାରେ ସାଇବର ସଚେତନତା ରଥ ର ଶୁଭ ଉଦଘାଟନ ସମାରୋହ ହୋଇଥିଲା।ଏହି ରଥ ଜିଲ୍ଲା ର ସମସ୍ତ ସହର ,ଗାଁ ବ୍ଲକ ଥାନା ଏରିଆ କୁ ଯାଇ ସ୍କୁଲ୍,କଲେଜ,କୁ ଯାଇ ଅଡିଓ ଏବଂ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବ ବୋଲି ସୂଚନା ଦେଇଥିଲେ।ଏହି ସମୟରେ ଅତିରିକ୍ତ ଏସ ପି ସମସ୍ତ ଏସ ଡି ପି ଓ,ଥାନା ଅଧିକାରୀ ମାନଙ୍କ ସହ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ସାଇବର ଅପରାଧ ରୋକିବା ସକାଶେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
By Charcha News











