ମାଲକାନଗିରି/ ସାମ୍ୱାଦିକ ମାନସ୍ ନେତାମ୍
କାଲିମେଳାରେ ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ l ଚାଷୀ ମାନେ ଦୀର୍ଘ ଦିନ ଧରି ଇୟୁରିଆ ସାର ପାଇଁ ଲ୍ୟାମ୍ପ କୁ ବାରମ୍ବାର ଦୋଉଡୁ ଥିବା ବେଳେ ମିଳୁନି ସାର, ଅନ୍ୟ ପଟେ ସ୍ୱୀକୃତି ପ୍ରାପ୍ତ ଦୋକାନୀ ବିକୁ ଛନ୍ତି ଚଢ଼ା ଦାମ ରେ ଏହାକୁ ପ୍ରତିବାଦ କରି ଚାଷୀ ଅସନ୍ତୋଷ ହୋଇ କାହିଙ୍କି ସରକାର ଲ୍ୟାମ୍ପସ ପକ୍ଷରୁ ସାର ଦିଆ ଯାଉ ନାହିଁ, ଏହି ପ୍ରତିବାଦ ରେ, କାଲିମେଳା ମୋଟୁ 326ନମ୍ବର ଜାତୀୟ ରାଜ ପଥ କୁ ଅବରୋଧ କରିବା ସହ ଚାଷୀ ମାନେ ପ୍ରତିବାଦ କରିଥିଲେ, ପୋଲିସ ଘଟଣା ସ୍ଥଳେ ପହଞ୍ଚି ସହ ଲ୍ୟାମ୍ପସ କତୃପକ୍ଷ ପକ୍ଷରୁ ଆସନ୍ତା ତିନି ତାରିଖ ଦିନ ସାର ମହଜୁଦ ହେବ କହିବା ପରେ ଚାଷୀ ସାନ୍ତ୍ୱନା ପଡି ଥିଲେ, ଚାଷୀ ମାନେ ଚେତା ବନି ଦେଇଛନ୍ତି ଆଗାମୀ ୩ ତାରିଖ ଆସିବ ବୋଲି କହିଛନ୍ତି ଆମେ ଆପଣ ମାନଙ୍କୁ ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ସମୟ ଦେଲୁ ପାଞ୍ଚ ତାରିଖ ରେ ସାର ସମସ୍ତ ଚାଷୀ ମାନଙ୍କୁ ନ ମିଳିଲେ ତେବେ ରାସ୍ତା ରୋକ କରାଯିବ ବୋଲି କଢ଼ା ଚେତାବନୀ ଦେଇଛନ୍ତି ଚାଷୀ ମାନେ l











