କଟକ :dt-30-3-2026 :: ଆଜି ସାଲେପୁର ନନ୍ଦୋଳ ସ୍ଥିତ ସେଞ୍ଚୁରି ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ମଣିଷ କୁ ଅନ୍ଧକାର ରୁ ଆଲୋକର ବାର୍ତିକା ଦେଖାଏ । ଶିକ୍ଷା ବିନା ମଣିଷର ଜୀବନ ଦୁଃସହ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଅବସର ପ୍ରାପ୍ତ ବୈଜ୍ଞାନିକ ଭଗ୍ୟଧର ଭୋଇ ଯୋଗଦେଇ ଇଚ୍ଛା ମଣିଷକୁ ଶିଖରରେ ପହଞ୍ଚାଇବା ସହ ମଣିଷର କର୍ମକୁ ସତପଥ ରେ ନେଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ ,ମୁଖ୍ୟ ବକ୍ତା ଭାବେ ଡାକ୍ତର ସମି ସଲିମ, ସମ୍ମାନୀତ ଅତିଥି ଭାବେ ନନ୍ଦୋଲ ପଞ୍ଚାୟତ ର ସରପଞ୍ଚ ଜ୍ଞାନ ରଞ୍ଜନ ପଟ୍ଟନାୟକ ସଭା ମଣ୍ଡନ କରିବା ସହ ଶିଶୁମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଉକ୍ତ କାର୍ଯ୍ୟ କ୍ରମରେ ଅନୁଷ୍ଠାନ ର ସମ୍ପାଦକ ମୌଲାନା ସିରାଜ୍ ସଭାପତିତ୍ଵ କରିଥିବା ବେଳେ ଅଧ୍ୟକ୍ଷା ସାୟଦା ଗୁଲରୁଖ ଆଖତାର ଅତିଥି ପରିଚୟ ଓ ବିଦ୍ୟାଳୟ ର ଚେୟାରମ୍ୟାନ ଶେଖ୍ ସର୍ଫରୋଜ ଆଲାମ ସ୍ବାଗତ ଭାଷଣ ପ୍ରଦାନ କରିଥଲେ।ବରିଷ୍ଠ ଶିକ୍ଷକ ତଥା ଏଡମିନିଷ୍ଟ୍ରେଟର ସାୟାଦ ସୁଲେମାନ ଅହମ୍ମଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ସହକାରୀ ଅଧ୍ୟକ୍ଷା ଶୟଦ ଗୁଲବଦନ ଅଖତାର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କାଇଯାର ସିରିନ, ନେଶତ ଫାତମା,ତସିନ ପରବୀନ, ପ୍ରିୟଙ୍କା ଖଟୁଆ ଓ ମନିଶା ଗୋଛାୟତ,ବୁଢ଼ୀଆ ମଲିକ୍,ବିଭୁ ଗୋଛାୟତ ସହ ଅବିଭାବକ ଓ ଅଭିଭାବିକା ମାନେକାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ସହଯୋଗ କରିଥିଲେ ।।
ଚର୍ଚ୍ଚା news












