BY-ରାଜୀବ କୁମାର ବେହେରା
ଉଦଳା : ବିଦ୍ୟୁତ ତାର ମରାମତି କରୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶ ରେ ଆସି ଜୈନିକ ବ୍ୟକ୍ତିଙ୍କ ସୋଚନୀୟ ମୃତ୍ୟୁ, ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ ଏବଂ ଗ୍ରାମବାସୀ l ଘର ନିକଟରେ ୧୧ କେଭି ତାର କୁ ସ୍ଥାନାନ୍ତର କରିବାକୁ ବିଭାଗକୁ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ବେଳେ ସେହି ବିପଦ ସଂକୁଳ ତାର ସଂସ୍ପର୍ଶ ରେ ଆସି ଆଜି ମିରିହ ଜୀବନ ଚାଲିଯାଇଛି, କେବେ ସମସ୍ୟା ର ସମାଧାନ ହେବ ଏହାକୁ ନେଇ ଉଠିଛି ପ୍ରଶ୍ନ ?ମୟୂରଭଞ୍ଜ ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ହାତୀକୁଟ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଗ୍ରାମର କୃତିବାସ ବେହେରାଙ୍କ ଘର ନିକଟରେ ଏକ ସର୍ଭିସ ତାର ଛିଣ୍ଡି ପଡ଼ିଥିଲା। ଉକ୍ତ ତାରକୁ ଠିକ୍ କରିବା ସମୟରେ ସେ ନିକଟରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।
ମାତ୍ର ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ପରିସ୍ଥିତି ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ଏହି ଅଘଟଣ ପରେ ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ବେଳେ ଡାକ୍ତରଖାନା ପରିବେଶ ମଧ୍ୟ ଶୋକାକୁଳ ହୋଇପଡ଼ିଛି। ବିଦ୍ୟୁତ ସମ୍ପର୍କିତ କାର୍ଯ୍ୟ ସମୟରେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଆହ୍ୱାନ କରିଛନ୍ତି। ତେବେ ମୃତ୍ୟୁ ପାଇଁ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗକୁ ଦାଇ କରିବା ସହିତ ମୃତକ ଙ୍କ ପରିବାର କୁ କ୍ଷତି ପୂରଣ ଦାବି କରିଛନ୍ତି |
ଚର୍ଚ୍ଚା news












