ଲଗାଣ ବର୍ଷା, ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ହିମାଚଳ ପ୍ରଦେଶର ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ଜୁନ୍ ୩୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାଜନିତ ଘଟଣା ଓ ସଡ଼କ ଦୁର୍ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି ।
ଲଗାଣ ବର୍ଷା, ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ହିମାଚଳ ପ୍ରଦେଶର ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ଜୁନ୍ ୩୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାଜନିତ ଘଟଣା ଓ ସଡ଼କ ଦୁର୍ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି ।
ଭୂସ୍ଖଳନ-ବନ୍ୟାରେ ୬୮ ମୃତ
ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୬୮ ଜଣ ପ୍ରାଣ ହରାଇଛନ୍ତି । ଏହାସହ ସଡ଼କ ଦୁର୍ଘଟଣାରେ ଆଉ ୮୯ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୫୭ ଜଣ ନିଖୋଜ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି
୨୫୯ ରାସ୍ତା ବନ୍ଦ, ମଣ୍ଡି ସବୁଠୁ ଅଧିକ ପ୍ରଭାବିତ
ଭୂସ୍ଖଳନ ଯୋଗୁଁ ରାଜ୍ୟର ପ୍ରାୟ ୨୫୯ଟି ରାସ୍ତାରେ ଯାତାୟାତ ଠପ୍ ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ମଣ୍ଡି-କୁଲ୍ଲୁ ରାଜପଥ ମଧ୍ୟ ରହିଛି। ମଣ୍ଡିରେ ୧୨୦, ଚମ୍ବାରେ ୪୨, କୁଲ୍ଲୁରେ ୪୦ ଏବଂ ଶିମଲାରେ ୩୦ଟି ରାସ୍ତା ବନ୍ଦ ରହିଛି ।
୯୦୦ରୁ ଅଧିକ ସମ୍ପତ୍ତି କ୍ଷତି
ଲଗାଣ ବର୍ଷାରେ ପ୍ରାୟ ୯୦୦ଟି ଘର, ସରକାରୀ ସମ୍ପତ୍ତି ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇ ଛି। ମୋଟ କ୍ଷୟକ୍ଷତି ପ୍ରାୟ ୮୮୬ କୋଟି ଟଙ୍କା ଆକଳନ କରାଯାଇଛି ।
ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ୧୬୧ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍ ଅଚଳ ହୋଇଥିବା ବେଳେ ମଣ୍ଡିରେ ୭୭ଟି, ଶିମଲାରେ ୪୩ଟି ଓ କୁଲ୍ଲୁରେ ୪୦ଟି ଟ୍ରାନ୍ସଫର୍ମର୍ ପ୍ରଭାବିତ ହୋଇଛି ।
୫ ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ
ସ୍ଥିତି ଏବେ ବି ଚିନ୍ତାଜନକ । ଭାରତୀୟ ପାଣିପାଗ ବିଭାଗ କାଙ୍ଗଡ଼ା, ମଣ୍ଡି, ହମିରପୁର, ଶିମଲା ଓ ସିରମୌରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ଚମ୍ବା, କୁଲ୍ଲୁ, ସୋଲନ ଓ ବିଲାସପୁରରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଫଳରେ ଭିତ୍ତିଭୂମି ପୁନରୁଦ୍ଧାର ସହ ଆଗକୁ ଆସୁଥିବା ବର୍ଷାକୁ ମୁକାବିଲା କରିବା ହିମାଚଳ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।
ଚର୍ଚ୍ଚା tv











