ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ୭୯ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ବର୍ଦ୍ଧମାନ ସହରରେ ଏକ ଉଲ୍ଲେଖନୀୟ ଦେଶପ୍ରେମ ରାଲିର ଆୟୋଜନ କରାଯାଇଥିଲା। ଟାଉନ ହଲରୁ ଫ୍ଲାଏଓଭର ପର୍ଯ୍ୟନ୍ତ ପ୍ରାୟ ୩୦୦ ଫୁଟ ଲମ୍ବା ଏକ ବିଶାଳ ଜାତୀୟ ପତାକା ସହିତ ଅଞ୍ଚଳର ଲୋକମାନେ ଅଂଶଗ୍ରହଣ କରିଥିଲେ। ସକାଳରୁ ସହରର ରାସ୍ତାରେ ଦେଶପ୍ରେମର ପରିବେଶ ବ୍ୟାପିଯାଇଥିଲା। ରାଲିର ନେତୃତ୍ୱ ନେଇଥିଲେ ବର୍ଦ୍ଧମାନ ଦକ୍ଷିଣ ବିଧାୟକ ଖୋକନ ଦାସ। ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ଛାତ୍ର, ଯୁବପିଢ଼ି, ମହିଳା ଏବଂ ବରିଷ୍ଠ ନାଗରିକମାନେ ମଧ୍ୟ ଉପସ୍ଥିତ ଥିଲେ। ହାତରେ ପତାକା ଧରି ସ୍ୱାଧୀନତାର ଆନନ୍ଦ ପ୍ରକାଶ କରି ଦେଶପ୍ରେମ ଗୀତ, ସ୍ଲୋଗାନ ଏବଂ ହସ ଶୁଣିବାକୁ ମିଳିଥିଲା। ରାଲିକୁ ଘେରି ରହିଥିବା ରାସ୍ତା କଡ଼ରେ ଠିଆ ହୋଇଥିବା ସାଧାରଣ ଲୋକମାନେ ତାଳି ବଜାଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ନୂତନ ପିଢ଼ିକୁ ସ୍ୱାଧୀନତାର ମହାନତା ଜଣାଇବା ପାଇଁ ଏହି ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ଆୟୋଜକମାନେ ଦାବି କରିଛନ୍ତି












