ରବୀନ୍ଦ୍ର ନାଥ ମହାପାତ୍ର
ଉପଖଣ୍ଡ ସ୍ତରୀୟ ଚଇତି ମହୋତ୍ସବ “ଇଡିତାଲ ୨୦୨୫” ଅବସରରେ ଆଜି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ଗୃହ ରେ କବି ସମ୍ମିଳନୀ ଓ କବିତା ଆସର ଆୟୋଜିତ ହୋଇଯାଇଛି।ଗୁଣପୁର ଉପଜିଲ୍ଲାପାଳ ଦୁଧାଲ୍ ଅଭିଷେକ ଦିଲ୍ଲୀପ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ତଥା ପଞ୍ଚବଟୀ ପତ୍ରିକା ସମ୍ପାଦକ ସୁଶାନ୍ତ ନାୟକ,ସମ୍ମାନିତ ଅତିଥି ରୂପେ ଗବେଷକ ତଥା ସାହିତ୍ୟିକ ଶ୍ରୀରଙ୍ଗ ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର ସ୍ଵସ୍ତିକ ଜମାଦାର,ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ସାହିତ୍ୟିକ ପ୍ରତାପ ରାୟ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ମଞ୍ଚାସୀନ ହୋଇଥିଲେ।ଉପଜିଲ୍ଲାପାଳ ଗୁଣପୁର ନିଜ ବକ୍ତବ୍ୟ ରେ ଓଡ଼ିଆ ସାହିତ୍ୟର ଗଭୀରତା ଉପରେ ଆଲୋକପାତ କରିଥିଲେ।ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଗୁଣପୁର ଚଇତି କେବଳ କଳା ସଂସ୍କୃତି ରେ ସୀମିତ ନୁହେଁ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ନେଇ ସାହିତ୍ୟ ଆଲୋଚନା ଏବଂ କବିତା ଆସର ର ଆୟୋଜନ ଏହି ମହୋତ୍ସବ ର ସ୍ଵତନ୍ତ୍ରତା ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଉପସ୍ଥିତି ଅତିଥି ମାନେ ଓଡ଼ିଆ ଭାଷା ,ସାହିତ୍ୟ ର ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ କବି ର ଭାଷା ନିରବତା ର ଭାଷା,କବିତା ସାହିତ୍ୟ ର ନିର୍ଯ୍ୟାସ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ପଞ୍ଚବଟୀ ପତ୍ରିକା ର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ସୁଶାନ୍ତ ନାୟକ ଓ ଗବେଷକ ତଥା ସାହିତ୍ୟିକ ଶ୍ରୀରଙ୍ଗ ନାୟକ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଆୟୋଜିତ କବିତା ଆସର ରେ ୫୦ରୁ ଉର୍ଦ୍ଧ୍ବ କବି କବିୟତ୍ରି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନ ରେ ଶିକ୍ଷକ ଦୁର୍ଗାପ୍ରସାଦ ଶତପଥୀ ଓ କବିତା ଆସର କୁ ଶିକ୍ଷୟତ୍ରୀ ଗାୟତ୍ରୀ ମିଶ୍ର,ପ୍ରଫୁଲ୍ଲ ପାଢ଼ୀମଞ୍ଚ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ,ନୀଳମାଧବ ଦାସ ,ଅକ୍ଷୟ କୁମାର ପଣ୍ଡା ସହଯୋଗ କରିଥିଲେ।












