ଉଦଳା- (ରାଜୀବ କୁମାର ବେହେରା) – ଉଦଳା ଅଞ୍ଚଳରେ ଗତକାଲି ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏକ ଚlଞ୍ଚଳ୍ୟକର ଘଟଣା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ନାଗପାଳ ହାଇସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଦୁଇ ଦୁର୍ବୃତ୍ତ କେହି ନଥିବାର ସୁଯୋଗ ନେଇ ଚୋରି ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଚୋରୀ ସମୟରେ ଘରେ ଉପସ୍ଥିତ ଥିବା ଜଣେ ନାବାଳକ ଚୋରିକୁ ବିରୋଧ କରିଥିଲେ। ଫଳରେ ଦୁର୍ବୁତ୍ତ ମାନଙ୍କ ଚୋରି ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତମାନେ ପାଲଟା ଆକ୍ରମଣ କରି ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗୁରୁତର ଆହତ କରିଥିବା ଅଭିଯୋଗ ରହିଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିବା କୁହାଯାଉଛି।
ଗୁରୁତର ଆହତ ନାବାଳକଙ୍କୁ ତୁରନ୍ତ ଉଦଳା ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିସ୍ଥିତି ସୃଷ୍ଟି ହୋଇଛି।
ଉଦଳା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।
👉 ଦିନଦହାଡ଼ି ଏପରି ଘଟଣା ଘଟିବା ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନଚିହ୍ନ ତୋଳିଛି।
👉 ପ୍ରଶାସନଙ୍କ ତରଫରୁ ତ୍ୱରିତ କାର୍ଯ୍ୟନୁଷ୍ଠାନ ଓ ଅଞ୍ଚଳରେ ପ୍ରହରା ବୃଦ୍ଧି କରାଯିବାକୁ ଦାବି ଜୋରଦାର ହୋଇଛି।
ସ୍ଥାନୀୟ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ପୋଲିସର ପକ୍ଷରୁ ଅନୁରୋଧ
ଉଦଳାରେ ଚଞ୍ଚଳ୍ୟକର ଘଟଣା : ଚୋରି ଉଦ୍ୟମ ବିଫଳ, ନାବାଳକ ଗୁରୁତର ଆହତ
By Charcha News











