ଉଦଳା – ( ରାଜୀବ କୁମାର ବେହେରା ) -ମୟୁରଭଞ୍ଜ ଜିଲ୍ଲା ଉଦଳା ବାଳକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ବାଲ ବୈଜ୍ଞାନିକ ପ୍ରତିଯୋଗିତା – ୨୦୨୫ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଏକ ଦିବସୀୟ କାର୍ଯ୍ୟକ୍ରମରେ ସଫଳତାର ସହ ସମ୍ପନ୍ନ ହେଲା। ଉଦଳା ବ୍ଲକ ର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରା, ବୈଜ୍ଞାନିକ ଉଦ୍ଭାବନ ଏବଂ ଆବିଷ୍କାରମୂଳକ ମଡେଲ ପ୍ରଦର୍ଶନ କରି ଦର୍ଶକ, ଛାତ୍ର ଛାତ୍ରୀ ଓ ନ୍ୟାୟଧୀଶମାନଙ୍କ ମନ ଜିତିଲେ।
ପ୍ରତିଯୋଗିତାର ଉଦ୍ଘାଟନ ସମାରୋହରେ ଉପକୁଳ ମଞ୍ଚlସିନ ମୁଖ୍ୟ ଅତିଥି କହିଥିଲେ —
“ବିଜ୍ଞାନ କେବଳ ପାଠ୍ୟପୁସ୍ତକର ଅନୁଶୀଳନ ନୁହେଁ;
ଏହା ନୂଆ ଚିନ୍ତାଧାରାକୁ ଦୁନିଆରେ ପ୍ରବେଶ କରାଇବା ଓ ସମାଜକୁ ନୂତନ ଦିଗାରେ ଆଗେଇ ନେବାର ଶକ୍ତି।”
ସେ କହିଛନ୍ତି ଯେ ଏହି ପ୍ରତିଯୋଗିତା ଭବିଷ୍ୟତର ବିଜ୍ଞାନୀ ଓ ନିଜର ଦକ୍ଷତା, ନିଜ ଭିତ ରେ ଥିବା କଳା, ପାରଦର୍ଶିତା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏହି ମଞ୍ଚ।
ଛାତ୍ରମାନଙ୍କ ପ୍ରକଳ୍ପରେ ବର୍ତ୍ତମାନ ଯୁଗର ଜରୁରୀ ବିଷୟଗୁଡ଼ିକ ରହିଥିଲା —
ପରିବେଶ ସୁରକ୍ଷା
ପାଣି ପରିଶୋଧନ ପ୍ରଣାଳୀ
ସୂର୍ଯ୍ୟ ଉର୍ଜା ବ୍ୟବହାର
ସ୍ମାର୍ଟ ଗ୍ରାମ ଡିଜାଇନ
ଡିଜିଟାଲ୍ ହେଲ୍ଥ କେର
ପ୍ରତ୍ୟେକ ପ୍ରକଳ୍ପ ଛାତ୍ରମାନଙ୍କ ସୃଜନାତ୍ମକତା, ଚେତନା ଓ ବୈଜ୍ଞାନିକ ଚିନ୍ତାଧାରାକୁ ସ୍ପଷ୍ଟ କରିଦେଇଥିଲା।
ପ୍ରଦର୍ଶନିର ଉଦ୍ଘାଟନ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଓ ଉଦଳା ପଂଚାୟତ ସମିତିର ଅଧ୍ଯକ୍ଷ ମଂଜୁଲତା ବିଶ୍ୱାଳ ପ୍ରଦୀପ ପ୍ରଜ୍ବଳନ କରି କରିଥିଲେ।
ସନ୍ଧ୍ୟାରେ ପୁରସ୍କାର ବିତରଣ ପର୍ବରେ ଉଦଳା ଗୋଷ୍ଠୀ ଶିକ୍ଷା ଅଧୂକାରୀ ଦିପକ କୁମାର ମିଶ୍ର ଅଧ୍ଯକ୍ଷତା କରିଥିଲେ। ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ପ୍ରମିଳା ପଣ୍ଡା, ଡ଼ା. ମନୋରଂଜନ ମଲିକ, ଡ଼ା. ସୁଧାଂଶୁ ଶେଖର ଚୌଧୁରୀ ଓ ଡ଼ା. ପ୍ରିୟରଂଜନ ଦାଶ ଅତିଥି ଭାବରେ ଯୋଗ ଦେଇ, ବିଜ୍ଞାନ ଓ ନୂଆ ଚିନ୍ତାଧାରା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରଦର୍ଶନିରେ ପରିବେଶ ସୁରକ୍ଷା, ପାଣି ପରିଶୋଧନ, ସୂର୍ଯ୍ୟ ଉର୍ଜା ବ୍ୟବହାର, ସ୍ମାର୍ଟ ଗ୍ରାମ ଡିଜାଇନ, ଡିଜିଟାଲ୍ ହେଲ୍ଥ କେର ଭଳି ବର୍ତ୍ତମାନ ଯୁଗର ଜରୁରୀ ବିଷୟଗୁଡ଼ିକୁ ଛାତ୍ରଛାତ୍ରୀମାନେ ନିଜ ପ୍ରକଳ୍ପ ମାଧ୍ୟମରେ ପ୍ରତିନିଧିତ୍ୱ କରିଥିଲେ।
କାର୍ଯ୍ୟକ୍ରମରେ ବିଶେଷ ଅତିଥିମାନଙ୍କ ମଧ୍ୟରେ
ଉପସ୍ଥିତ ହୋଇ ଛାତ୍ରମାନଙ୍କ ପ୍ରଦର୍ଶନ ଓ ପ୍ରୟାସକୁ ଉଚ୍ଚ ମୂଲ୍ୟାୟନ କରି ସମ୍ମାନିତ କରିଥିଲେ।
ଶେଷରେ ସର୍ବୋତ୍ତମ ପ୍ରଦର୍ଶନକୁ ପୁରସ୍କୃତ କରାଗଲା।
ଆୟୋଜକ ମଣ୍ଡଳ ଘୋଷଣା କରିଛନ୍ତି ଯେ —
ଆଗାମୀ ବର୍ଷରୁ ପ୍ରତିଯୋଗିତାକୁ ଆନ୍ତର୍ଜିଲ୍ଲା ମାପଦଣ୍ଡରେ ବିସ୍ତାର କରାଯିବ।












