ବନ୍ଧୁକ ଓ ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଟଙ୍କା ସହ ସୁନା-ରୁପା
BY- ରାଜୀବ କୁମାର ବେହେରା
ଉଦଳା :ବାଇକ ରେ ଆସିଲେ ୭ ଦୁର୍ବୁତ୍ତ, ଘର ଭିତରେ ପଡିଲେ ଆଉ ସର୍ବସ୍ବ ଲୁଟି ନେଲେ l ଏଭଳି କିଛି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଭୀମତାଳି ମଦନାପାଳ ଗ୍ରାମରେ ସ୍ପଷ୍ଟ ଦିବାଲୋକ ରେ ଘଟିଛି ଏକ ଚମକପ୍ରଦ ସଶସ୍ତ୍ର ଡକାୟତି ଘଟଣା। ପରିବାର ଲୋକ ଘରେ ନଥିବା ସୁଯୋଗକୁ ନେଇ ବାଇକ୍ରେ ଆସିଥିବା ୭ ଜଣ ଦୁର୍ବୁତ୍ତ ଘର ଭିତରକୁ ପଶି ଲୁଟପାଟ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଦୁର୍ବୁତ୍ତମାନେ ଭୁଜାଲି ଓ ବନ୍ଧୁକ ଦେଖାଇ ଘର ଭିତରେ ଆତଙ୍କ ସୃଷ୍ଟି କରିଥିଲେ। ପରେ ଘରର ବାକ୍ସ ଭାଙ୍ଗି ନଗଦ ଟଙ୍କା ସହ ସୁନା ଓ ରୁପା ଗହଣା ଲୁଟି ନେଇଥିବା ଜଣାପଡ଼ିଛି। ଲୁଟ୍ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଗାଡ଼ି କିଣିବା ପାଇଁ ସଞ୍ଚୟ କରାଯାଇଥିବା ୭୦ ହଜାର ଟଙ୍କା, ଗ୍ରୁପ୍ ଡିପୋଜିଟ୍ର ୧୦ ହଜାର ୬ଶହ ଟଙ୍କା, ସୁନା ଲୋକେଟ୍ ଓ ରୁପା ପାଉଜି ସହ ହାତ ବଳା।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି। ଦିନଦହାଡ଼େ ଏଭଳି ଡକାୟତି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି। ଶୀଘ୍ର ଦୁର୍ବୁତ୍ତମାନଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା |
ଚର୍ଚ୍ଚା news












