ତାରିଖ- 0୮/୧୧/୨୫
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ସହରର ଯାତ୍ରୀମାନଙ୍କ ପାଇଁ ସବୁଠାରୁ ଗୁରୁତ୍ତପୂର୍ଣ୍ଣ ସ୍ଥାନ ହେଉଛି ହାଇସ୍କୁଲ ଛକ। ଟ୍ରେନ୍ ସଂଯୋଗ ନଥିବା ଓ ଅନ୍ୟ କୌଣସି ବିକଳ୍ପ ଯାତାୟାତ ସୁବିଧା ନ ଥିବାରୁ, ବସ ସେବା ହେଉଛି ଏଠାର ଜୀବନ ରେଖା। ହେଲେ ଦୁଃଖର ବିଷୟ, ଏହି ମୁଖ୍ୟ ବସ ଷ୍ଟାଣ୍ଡରେ ନାହିଁ ଯାତ୍ରୀ ପ୍ରତୀକ୍ଷାଳୟ, ନାହିଁ ପାନୀୟ ଜଳ ବ୍ୟବସ୍ଥା, ଏପରିକି ନାହିଁ ସାଧାରଣ ଶୌଚାଳୟ। ଯାହାକୁ ନେଇ ସ୍ଥାନୀୟମାନଙ୍କ ଅଭିଯୋଗ, ପୂର୍ବରୁ ଏଠାରେ ସମସ୍ତ ସୁବିଧା ଥିଲେ ମଧ୍ୟ ବର୍ତ୍ତମାନ ସେଗୁଡିକ ନଷ୍ଟ ହୋଇ ଯାଇଛି। ଯାତ୍ରୀମାନେ ବର୍ଷା, ଖରା ଓ ଶୀତ ଦିନରେ ଖୋଲା ଆକାଶ ତଳେ ଅସୁବିଧା ଭୋଗୁଛନ୍ତି। ଦୂରଦୂରାନ୍ତରୁ ବାରିପଦା, ବାଲେଶ୍ୱର, ଶେରଗଡ଼, କେନ୍ଦୁଝର ଓ ଭୁବନେଶ୍ୱର ଦିଗକୁ ଯାତ୍ରା କରୁଥିବା ବସଗୁଡିକ ଏହି ଛକ ମାଧ୍ୟମରେ ଯାଉଥିବାରୁ ଯାତ୍ରୀ ଭିଡ ବହୁତ ଲାଗିଥାଏ ଶିକ୍ଷର୍ଥୀ, ଅଧ୍ୟlପକ ,ଅଫିସ କର୍ମଚାରୀ ଠାରୁ ଆରମ୍ଭ କରି ଅନେକ ପ୍ରକାରର ଯାତ୍ରୀ ଙ୍କ ସମାଗମ ହୋଇ ଥାଏ। ସୂଚନା କ୍ରମ ଅନୁସାରେ, ପୂର୍ବରୁ ଏକ ଯାତ୍ରୀ ପ୍ରତୀକ୍ଷାଳୟ ଥିଲା କିନ୍ତୁ ଜବରଦଖଲ ଉଚ୍ଛେଦ ସମୟରେ ତାହା ଭଞ୍ଜି ଦିଆଯାଇଥିଲା। ପରେ ଏନଏସି କର୍ତ୍ତୃପକ୍ଷ ପୁନର୍ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେହି ପ୍ରତିଶ୍ରୁତି କାଗଜରେ ରହିଗଲା। ଅନେକ ଅଭିଯୋଗ ହେଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାଁନ୍ତି ବୋଲି ଅଭିଯୋଗ। ସ୍ଥାନୀୟ ନାଗରିକମାନଙ୍କ କହିବା, ଯଦି ଶୀଘ୍ର ଏହି ଅଞ୍ଚଳରେ ଯାତ୍ରୀ ସୁବିଧା ସୁନିଶ୍ଚିତ ହେବା ପାଇଁ ପଦକ୍ଷେପ ନେଇଯାଇନାହିଁ, ତେବେ ଜନସାଧାରଣ ଓ ସଚେତନ ମଣିଷମାନେ ଆଗାମୀ ଦିନରେ ଏକ ବିରାଟ ଜନଆନ୍ଦୋଳନ ଆରମ୍ଭ କରିବେ ବୋଲି ସୂଚନା ମିଳିଛି











