ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର : ରାୟଗଡ଼ା ଜିଲ୍ଲା ର ଗଣପର୍ବ ଚଇତି ମହୋତ୍ସବ ପାଳନ ଅବସରରେ ଗୁଣପୁର ଉପଖଣ୍ଡସ୍ତରୀୟ ଇଡ଼ତାଲ ଚଇତି ମୋହତ୍ସବ ପାଳନ ଅବସରରେ ଶୁକ୍ରବାର ଦିନ ସନ୍ଧ୍ୟା ୫ଟାରେ ରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଗୁଣପୁର ଉପ ଜିଲ୍ଲାପାଳ ଅଭିଷେକ ଦିଲ୍ଲୀପ ଦୁଧାଲ, ଗୁଣପୁର ପୌର ଅଧ୍ୟକ୍ଷା ମମତା ଗୌଡ଼, ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ଼. ଚନ୍ଦ୍ରଧ୍ଵଜ ପଣ୍ଡା, ଜିଆଇସିଏମଏସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ ଗଣପତି , ପଦ୍ମପୁର ବିଡ଼ିଓ କୁରେଶୁ ଯାନୀ,ଏଚଡିଏଫସି ବ୍ୟାଙ୍କ ପରିଚାଳକ ଦିଲ୍ଲୀପ ପଣ୍ଡା ,ସୌମ୍ୟ ଦାଶ ପ୍ରମୁଖ ମିଳିତ ଭାବେ ଉଦଘାଟନ କରିଥିଲେ। କ୍ରୀଡ଼ାବିତ ସପନ ଦାଶଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିଥିମାନେ ଖେଳାଳି ମାନଙ୍କୁ ଶୃଙ୍ଖଳାର ସହ ଖେଳୁଆଡ଼ ମନଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରତିଯୋଗିତାରେ ଜୁନିୟର ଓ ସିନିୟର ବର୍ଗର ମୋଟ ୫୦ ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ୪ ଟି ବାଳିକା ଦଳ ରହିଛନ୍ତି। ଏହି ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ତିନି ଦିନ ଧରି ଚାଲିବ ବୋଲି ଚଇତି କ୍ରୀଡା ଉପ କମିଟିର ଅଧ୍ୟକ୍ଷ ତଥା ଗୁଣପୁର ବିଡ଼ିଓ ସ୍ୱସ୍ତିକ ଜମାଦାର ସୂଚନା ଦେଇଛନ୍ତି। ଆଜି ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକୁ ବ୍ୟାଡ ମିଣ୍ଟନ କୋଚ ଡି ମାଣିକାଣ୍ଟା,ସିଦ୍ଧାର୍ଥ ଖାଡଙ୍ଗା, ନମିତା ରଥ,ଅଲିଭା ଜ୍ୟୋତି ଦେ, ନନ୍ଦିନୀ ପଣ୍ଡା, ଜୟକୃଷ୍ଣ ପାତ୍ର,ଶଙ୍କର୍ଷଣ ମହାନ୍ତି, ଗଣେଶ ମହାପାତ୍ର, କମଳାକାନ୍ତ ଖୁଣ୍ଟିଆ, ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା,ରବିନ୍ଦ୍ର କୁମାର ପଣ୍ଡା,ଦିଲ୍ଲୀପ ପଣ୍ଡା, ପ୍ରଦୀପ କୁମାର ପାତ୍ର,ଲୋକ ସମ୍ପର୍କ ବିଭାଗର ଅନନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ
ଉପଖଣ୍ଡସ୍ତରୀୟ ଚଇତି ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ରାୟଗଡ଼ା
By Charcha News












