ଉଦଳା: (ରାଜୀବ କୁମାର ବେହେରା) – ଅମ୍ବିକା ଦେଇ ପୁର ଅଞ୍ଚଳରେ ଚlଞ୍ଚଲ୍ୟ ଘଟଣା l ଘର ନିକଟରେ ବୃଦ୍ଧାଙ୍କ ଶବ ଉଦ୍ଧାର, ତେବେ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ସୂଚନା ରହିଛି l ଏଭଳି କିଛି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ପାଟଶାଣୀ ପୁର ପଞ୍ଚାୟତର ଅମ୍ବିକାଦେଇପୁର ନିକଟସ୍ଥ ମାହାଲି ସାହି ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମ ନିକଟ ନିଛାଟିଆରେ ଏକାକୀ ରହୁଥିବା ୭୫ ବର୍ଷୀୟା ବୃଦ୍ଧା ରଇବାରୀ ସିଂ ଙ୍କୁ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଏହି ଘଟଣାରେ ସେହି ଗ୍ରାମର ରଘୁ ହେମ୍ବ୍ରମ ନାମକ ଜଣେ ଯୁବକଙ୍କ ନାମ ଅଭିଯୁକ୍ତ ଭାବେ ଉଲ୍ଲେଖ ହୋଇଛି। ବୃଦ୍ଧା ଜଣଙ୍କ ଏକାକୀ ରହୁଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରେ ପ୍ରବେଶ କରି ଆକ୍ରମଣ କରିଥିବା ନେଇ ପୋଲିସ ର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ଉଦଳା ପୋଲିସ ସହ ବାରିପଦା ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏବଂ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ, ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଛି।
ତଦନ୍ତ ପରେ ଅଭିଯୁକ୍ତ ରଘୁ ହେମ୍ବ୍ରମକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଏହି ଘଟଣା ପରେ ସମଗ୍ର ଉଦଳା ଅଞ୍ଚଳରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ଦୋଷୀଙ୍କ ପାଇଁ କଡାରୁ କଡା ଶାସନ ଦାବି କରିଛନ୍ତି।
ପୋଲିସ ପକ୍ଷରୁ କୁହାଯାଇଛି ଯେ ଘଟଣା ସମ୍ପର୍କରେ ଗଭୀର ତଦନ୍ତ ଜାରି ରହିଛି। ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସଠିକ୍ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।
ଏକାକୀ ବୃଦ୍ଧାଙ୍କ ଉପରେ ନିର୍ମମ ଆକ୍ରମଣ ଓ ହତ୍ୟା: ଅଭିଯୁକ୍ତ ଗିରଫ, ଉଦଳା ଅଞ୍ଚଳରେ ଚାଞ୍ଚଳ୍ୟ
By Charcha News












