ମାଲକାନାଗିରି/ ସାମ୍ୱାଦିକ ମାନସ୍ ନେତାମ୍:-
ମାଥିଲି ବନାଞ୍ଚଳ ପକ୍ଷରୁ ଭାରତ ସରକାରଙ୍କ ଯେଉଁ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରହିଛି (ଏକ ପେଡ଼ ମାଁ କେ ନାମ) ପ୍ରତ୍ୟେକ ଗାଁକୁ ଚାରା ପହଞ୍ଚେଇବା ପାଇଁ ରଥ ଆଜି ମାଥିଲି ପୁରୁଣା ବ୍ଲକ ଠାରୁ ଥାନା ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଏନେଇ ଆଜି ମାଥିଲି ପୁରୁଣା ବ୍ଲକ ପରିସରରେ ଫରେଷ୍ଟ ରେଞ୍ଜର ବାସୁଦେବ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଭାରତର ଯଶଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ରେଞ୍ଜର ବାସୁଦେବ ନାୟକ କହିଛନ୍ତି । ଏହି ରାଲିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଫରେଷ୍ଟର ମୂରଲୀଧର ମହାରଣା , ସମାରା ଖରା, ପବିତ୍ର କୁମାର ଦାସ, ଏ ପିଙ୍କି ରାଓ, ଓ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁମାର ଡାକୁଆ , ଅନିତା କୁମାରୀ ନାୟକ, ମଧୁସ୍ମିତା ପୃଷ୍ଟି,ଦିପ୍ତି ରଞ୍ଜନ ନାୟକ, ସେବତୀ ମାଝୀ , ଅର୍ଜୁନ ବଟେ, ମଞ୍ଜୁ ଝିଲିମିଲିଆ, ପ୍ରୀତି ପୁଷ୍ପଲତା ଦାସ,ଓ ବଂଶୀ ଅନୁଗୁଲିଆ , ହୃଷିକେଶ ପଣ୍ଡା, ଓ ମାଥିଲି ରେଞ୍ଜ ର ପ୍ରୋଟେକ୍ସନ ସ୍କୁଆଡ, ସରକାରୀ ଉଚ୍ଚ ବିଦ୍ୟାଳୟ ମାଥିଲି ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।











