ଏଣିକି ସେବାରେ ବିଳମ୍ବ କଲେ ଲୋକ ନୁହେଁ, ଦାୟୀ ଅଫିସରଙ୍କୁ ଦେବାକୁ ପଡ଼ିବ ହିସାବ।ହଁ ଆଂଜ୍ଞା ଏକଥା ମେ କହୁନୁ ଏ କଥା ସରକାର କହିଛନ୍ତି |ଧାର୍ଯ୍ୟ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ନଦେଲେ ଏଣିକି ଦାୟୀ ଅଧିକାରୀଙ୍କୁ ଗଣିବାକୁ ପଡ଼ିବ ତଣ୍ଡ । ବିଳମ୍ବ ପାଇଁ ଅଧିକାରୀଙ୍କ ଦରମାରୁ ଦିନକୁ କଟିବ ୨୫୦ ଟଙ୍କା।ସରକାରୀ ସେବା ପାଇଁ ଆଉ ଅଫିସରଙ୍କ ଟେବୁଲ୍ ଚାରିପଟେ ଚକ୍କର କାଟିବାକୁ ପଡ଼ିବନି। ହଁ ଆଂଜ୍ଞା ଧାର୍ଯ୍ୟ ସମୟସୀମା ଭିତରେ ସେବା ନଦେଲେ ଏଣିକି ଦାୟୀ ଅଧିକାରୀଙ୍କୁ ଦେବାକୁ ପଡ଼ିବ ତଣ୍ଡ। ବିଳମ୍ବ ଯେତିକି, ଦରମାରୁ କଟିବ ସେତିକି ଟଙ୍କା।ନୂଆ ନିୟମ ଅନୁସାରେ, ସେବା ପ୍ରଦାନରେ ବିଳମ୍ବ ହେଲେ ଦାୟୀ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା କଟାଯିବ। ଏଥିପାଇଁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ।ଓଡ଼ିଶା ଜନସେବା ଅଧିକାର ଆଇନରେ ଲାଗୁ ହୋଇଛି ‘ଅଟୋ ଅପିଲ୍ ସିଷ୍ଟମ’। ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ଆଉ ନାଗରିକଙ୍କୁ ଅପିଲ୍ ପାଇଁ ଦୌଡ଼ିବାକୁ ପଡ଼ିବନି, ବ୍ୟବସ୍ଥା ଅନୁସାରେ ଆପେଆପେ ଆରମ୍ଭ ହେବ ଅପିଲ୍ ପ୍ରକ୍ରିୟା।ସରକାରୀ ସେବାରେ ବିଳମ୍ବ ଓ ଅବହେଳା ଉପରେ ଲାଗିବ ଲଗାମ। ଲୋକଙ୍କୁ ସମୟରେ ସେବା ଦେବା ସହ ଅଧିକାରୀଙ୍କୁ କରାଯିବ ଅଧିକ ଉତ୍ତରଦାୟୀ। ଅର୍ଥାତ୍ ଏଣିକି ସେବା ଦେବାରେ ଡେରି କଲେ, ଦାୟୀ ଅଫିସରଙ୍କ ପକେଟ୍ରୁ ଯିବ ଟଙ୍କା।। ଧାର୍ଯ୍ୟ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ନଦେଲେ ଏଣିକି ଦାୟୀ ଅଧିକାରୀଙ୍କୁ ଗଣିବାକୁ ପଡ଼ିବ ତଣ୍ଡ। ବିଳମ୍ବ ପାଇଁ ଅଧିକାରୀଙ୍କ ଦରମାରୁ ଦିନକୁ କଟିବ ୨୫୦ ଟଙ୍କା।ଓଡ଼ିଶା ଜନସେବା ଅଧିକାର ଆଇନରେ ଲାଗୁ ହୋଇଛି ‘ଅଟୋ ଅପିଲ୍ ସିଷ୍ଟମ’। ଅର୍ଥାତ୍ ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ଆପେଆପେ ଆରମ୍ଭ ହେବ ଅପିଲ୍ ପ୍ରକ୍ରିୟା। ନୂଆ ବ୍ୟବସ୍ଥାରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।ସରକାରୀ ସେବାକୁ ଅଧିକ ପାରଦର୍ଶୀ, ଦ୍ରୁତ ଓ ଉତ୍ତରଦାୟୀ କରିବା ହେଉଛି ଏହି ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ।
By Charcha News











